Latest Odisha News

BREAKING NEWS

ଏସସିବି ପରିସରରୁ ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ପରିସରରେ ଜିଲ୍ଲା ପ୍ରଶାସନ ଓ କଟକ ନଗର ନିଗମ (ସିଏମସି) ପକ୍ଷରୁ ମଙ୍ଗଳବାର ଦିନ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଆଜି ସକାଳ ୮ଟା ୩୦ମି. ସମୟରେ ଟି ଜେସିବି ମେସିନ ସହାୟତାରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜୋବ୍ରାସ୍ଥିତ ମାଛ ଓ କୁକୁଡା ମାର୍କେଟରେ ପ୍ରଥମେ ଏହି ଉଚ୍ଛେଦ ଆରମ୍ଭ କରାଯାଇଛି । ଏହି ସମୟରେ ପାଖାପାଖି ୪୦ ପ୍ଲାଟୁନ ପୋଲିସ ଓ ଜିଲ୍ଲ ପ୍ରଶାସନ ତଥା ସିଏମସିର ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ ।

ଏହାବ୍ୟତିତ ସିଏମସି ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଜୋବ୍ରା ବ୍ୟାରେଜ ନିକଟରୁ ସେଟେଲମେଣ୍ଟ ଅଫିସ୍ ଚୂନାଭାଟି ଛକରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଭଙ୍ଗାଯାଉଛି । ଆହୁରି ମଧ୍ୟ ବନ ବିଭାଗ କାର୍ଯ୍ୟାଳୟର ଲେନର ଉଭୟ ପାଶ୍ୱର୍ରେ ଥିବା ଦୋକାନ ଗୁଡିକୁ ମଧ୍ୟ ଭଙ୍ଗାଯିବ ।

Leave A Reply

Your email address will not be published.