Latest Odisha News

ଦିଲ୍ଲୀ ନିର୍ବାଚନ ଓପିନିୟନ ପୋଲ୍‌: କେଜ୍ରିୱାଲଙ୍କ ସପକ୍ଷରେ ଜନମତ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଇତିମଧ୍ୟରେ ଟାଇମ୍ସନାଓ ଟେଲିଭିଜନ୍ ଚ୍ୟାନେଲ୍ ପକ୍ଷରୁ ଓପିନିୟନ୍ ପୋଲ୍ ପ୍ରକାଶିତ ହୋଇଛି । ଟାଇମ୍ସନାଓ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ନିର୍ବାଚନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ପରିଚାଳିତ ଆମ୍ ଆଦମୀ ପାର୍ଟି (ଆପ୍‌) ସପକ୍ଷରେ ରହିଛି । ଏହି ନିର୍ବାଚନରେ ଆପ୍ ଅଧିକ ସଫଳତା ହାସଲ କରିବ ବୋଲି ଦର୍ଶାଯାଇଛି ।

courtesy : ABPlive

ଦିଲ୍ଲୀ ବିଧାନସଭାର ମୋଟ ଆସନ ସଂଖ୍ୟା ହେଉଛି ୭୦ । ଏହି ଓପିନିୟନ ପୋଲ୍ ଅନୁଯାୟୀ ଆପକୁ ୫୪ରୁ ୬୦ଟି ଆସନ, ବିଜେପିକୁ ୧୦ରୁ ୧୪ଟି ଆସନ ମିଳିବାର ସମ୍ଭାବନା ରହିଛି ବୋଲି ଏଥିରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ସେହିପରି ଭାବେ କଂଗ୍ରେସକୁ ହୁଏତ କୌଣସି ଆସନ ନମିଳିପାରେ ବା ଦୁଇଟି ଆସନ ମିଳିପାରେ ।

ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲଙ୍କ ଆପ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ପୂନର୍ବାର ଶାସନ କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ନିର୍ବାଚନରେ ସମୁଦାୟ ୭୦ଟି ବିଧାନସଭା ଆସନ ମଧ୍ୟରୁ ଆପ ଏକାକୀ ୬୭ଟି ସିଟ୍ ଅକ୍ତିଆର କରି ମନ୍ତ୍ରୀମଣ୍ଡଳ ଗଠନ କରିଥିଲା । ବିଜେପିକୁ ମାତ୍ର ୩ଟି ଆସନ ମିଳିପାରିଥିଲା । ମାତ୍ର ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀକୁ ଶାସନ କରିଥିବା ଭାରତୀୟ ଜାତୀୟ କଂଗ୍ରେସ ଗୋଟିଏ ବି ସିଟ୍ ଜିତିପାରିନଥିଲା ।

Leave A Reply

Your email address will not be published.