Latest Odisha News

BREAKING NEWS

‘ବିବାହକୁ ଯୁବକମାନେ ଏକ ଖରାପ ପ୍ରଥା ବୋଲି ଦେଖୁଛନ୍ତି’

ଥିରୁଅନନ୍ତପୁରମ: ବିବାହକୁ ନେଇ ଆଜିର ଯୁୂବପିଢୀଙ୍କ ମାନସିକତାକୁ ନେଇ କେରଳ ହାଇକୋର୍ଟ ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରିବା ବେଳେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଜଷ୍ଟିସ ଏ ମହମ୍ମଦ ମୁସ୍ତାକ, ଜଷ୍ଟିସ ସୋଫି ଥୋମାସଙ୍କ ଖଣ୍ଡପୀଠ ‘ୟୁଜ ଆଣ୍ଡ ଥ୍ରୋ’ ବା ବ୍ୟବହାର କରିବା ପରେ ଫିଙ୍ଗି ଦିଅ ଟ୍ରେଣ୍ଡ ବାବଦରେ କହିଛନ୍ତି।

ଯୁବପିଢ଼ି ବିବାହକୁ ଏକ ଅଶୁଭ ଦୃଷ୍ଟିରେ ଦେଖୁଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ଉତ୍ତରଦାୟିତ୍ୱ ଓ ଦାୟିତ୍ୱରୁ ବଞ୍ଚିବା ପାଇଁ ଯୁବପିଢ଼ି ସମ୍ପର୍କ ରଖିବାକୁ ଏଡ଼ାଇ ଯାଉଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ପୂର୍ବରୁ WIFE ‘Wise Investment for Ever’ ଥିଲା। ଏବେ କିନ୍ତୁ WIFEକୁ ‘Worry Invited For Ever’ ଭାବେ ବିବେଚନା କରୁଛନ୍ତି ଯୁବପିଢି ।

ଲିଭ୍ ଇନ୍ ରିଲେସନ୍ ସଂସ୍କୃତି ବଢ଼ିବାରେ ଲାଗିଛି, ଏହାଦ୍ୱାରା ସେମାନେ ଅଲଗା ହେବା ସମୟରେ ସହଜରେ ‘ପରସ୍ପରକୁ ବିଦାଏ’ କହିପାରିବେ । ତେଣୁ ‘ୟୁଜ୍ ଆଣ୍ଡ୍ ଥ୍ରୋ’ ସଂସ୍କୃତି ଆମ ବୈବାହିକ ଜୀବନକୁ ପ୍ରଭାବିତ କରିଛି।

କେରଳ ନିଜର ପାରିବାରିକ ସମ୍ପର୍କ ପାଇଁ ପରିଚିତ ଥିଲା, କିନ୍ତୁ ବର୍ତ୍ତମାନର ଟ୍ରେଣ୍ଡରେ ଯୁବପିଢ଼ି ସ୍ୱାର୍ଥପର, ଅନାବଶ୍ୟକ କାରଣ ପାଇଁ, ପରକୀୟା ପ୍ରୀତି ମୁହାଁ ହୋଇଛନ୍ତି। ପତ୍ନୀଙ୍କ ସନ୍ଦେହ ଓ ଅସଦାଚରଣକୁ ଆଧାର କରି ସ୍ୱାମୀ ଛାଡ଼ପତ୍ର ମାଗିଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

ହାଇକୋର୍ଟର ବେଞ୍ଚ ଏକ ସ୍ୱାମୀ-ସ୍ତ୍ରୀ ମାମଲାରେ ଶୁଣାଣି କରୁଥିଲେ। ଏହି ମାମଲାରେ ସ୍ୱାମୀ କୋର୍ଟରେ ଛାଡପତ୍ର ଦାବି କରିଥିଲେ । ଏହାର କାରଣ ପତ୍ନୀଙ୍କ ସନ୍ଦେହ ଏବଂ ଅସଦାଚରଣ ବୋଲି କୁହାଯାଇଛି। ଏହି ଦମ୍ପତିଙ୍କର ତିନି ସନ୍ତାନ ଅଛନ୍ତି ଏବଂ ସେମାନେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ | ବର୍ତ୍ତମାନ ସେ ସାଉଦି ଆରବରେ ରହୁଛନ୍ତି। ସ୍ୱାମୀ ପତ୍ନୀଙ୍କ ନାଁରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ସହ ଅସଦାଚରଣ କରୁଛନ୍ତି ଏବଂ ସେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି। ଏହି ଅଭିଯୋଗ ବିରୋଧରେ ପତ୍ନୀ କହିଛନ୍ତି ଯେ ସେ କେବେ ହିଂସା କରି ନାହାନ୍ତି କିମ୍ବା ସେ କେବେ ବି ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିନାହାନ୍ତି।

ଏହି ମାମଲାରେ କୋର୍ଟ କହିଛନ୍ତି ଯେ ‘ଯଦି ପତ୍ନୀଙ୍କର ସନ୍ଦେହ କରିବାର କୌଣସି ବୈଧ କାରଣ ଅଛି ଏବଂ ଯଦି ସେ ପ୍ରଶ୍ନ କରନ୍ତି ଏବଂ ନିଜର କ୍ଷୋଭ ପ୍ରକାଶ କରନ୍ତି, ତେବେ ଏହାକୁ ଆଚରଣଗତ ଅସ୍ୱାଭାବିକତା କୁହାଯାଇପାରିବ ନାହିଁ। ପତ୍ନୀଙ୍କ ପାଇଁ ଏହା ଏକ ସାଧାରଣ ଆଚରଣ।

ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ବ୍ୟକ୍ତି ତାଙ୍କର ‘ବେଆଇନ କାର୍ଯ୍ୟକଳାପ’ କୁ ଆଇନଗତ କରିବାକୁ ଆସିପାରିବେ ନାହିଁ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାଧାରଣ ଝଗଡ଼ାକୁ ନିଷ୍ଠରତା ବୋଲି କୁହାଯାଇପାରିବ ନାହିଁ ଏବଂ ଛାଡପତ୍ରର ଏକ ବୈଧ କାରଣ ଭାବରେ ବିବେଚନା କରାଯାଇପାରିବ ନାହିଁ।

Leave A Reply

Your email address will not be published.