Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି: ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ

ନୂଆଦିଲ୍ଲୀ: ଆଜି ହେଉଛି ସ୍ଥଳସେନାର ୭୨ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ସେନା ମୁଖ୍ୟାଳୟରେ ଭବ୍ୟ ସମାରୋହ ଆୟୋଜନ ହୋଇଛି । ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ପରେଡ ମଧ୍ୟ କରାଯାଇଛି ।

ଏହି ଅବସରରେ ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ଦ୍ୱାରା ପଡୋଶୀଙ୍କ ଛାୟା ଯୁଦ୍ଧର ଅନ୍ତ ଘଟିଛି । ଆତଙ୍କବାଦୀକୁ ଆମେ କେବେ ବି ସହ୍ୟ କରିବୁ ନାହିଁ ବୋଲି ସେନା ପ୍ରମୁଖ ନରୱାଣେ କହିଛନ୍ତି ।

୧୯୪୯ ଜାନୁଆରୀ ୧୫ ତାରିଖ ଆଜିର ଦିନରେ ପ୍ରଥମଥର କରି ପ୍ରତିଷ୍ଠା ହୋଇଥିଲା ଭାରତୀୟ ସେନା । ଭାରତୀୟ ଆର୍ମି ଜେନେରାଲ କୋଡଣ୍ଡେରା ମଡପ୍ପା କରିୟପ୍ପା ସ୍ୱତନ୍ତ୍ର ଭାରତର ପ୍ରଥମ କମାଣ୍ଡର-ଇନ-ଚିଫ୍ ହୋଇଥିଲେ ।

ଆଜି ନୂଆଦିଲ୍ଲୀରେ ସେନା ପ୍ରତିଷ୍ଠା ଦିବସରେ ଭବ୍ୟ ପରେଡର ଆୟୋଜନ ହୋଇଛି । ସେନାର ଏହି ପରେଡ୍‌ରେ ହଜାର ହଜାର ଲୋକଙ୍କ ଭିଡ ଦେଖୁଥିବା ମିଳିଛି ।

ଏହି ଅବସରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ସମେତ ତିନି ସେନାର ମୁଖ୍ୟ ଯୁଦ୍ଧ ସ୍ମାରକ ସ୍ଥଳରେ ପହଂଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave A Reply

Your email address will not be published.