Latest Odisha News

BREAKING NEWS

ସପ୍ତାହକ ମଧ୍ୟରେ ଓଡ଼ିଶାରେ ଶୀତ ଲହରୀ: ଆଇଏମଡ଼ି

ଭୁବନେଶ୍ୱର: କିଛିଦିନ ହେଲା ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାଇ ପାଇ ଚାଲିଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ପ୍ରଦାନ କରିଛି ।

ହିମାଳୟ ପାର୍ବତ୍ୟାଞ୍ଚଳରେ ଏବେ ଗତକିଛି ଦିନ ଧରି ତୁଷାରପାତ ହେଉଥିବା ଯୋଗୁଁ ଉତ୍ତରା ପବନ କେନ୍ଦ୍ରାଞ୍ଚଳ ଦେଇ ପୂର୍ବ ଆଡ଼କୁ ଗତି କରୁଛି । ଆସନ୍ତା ଏକସପ୍ତାହ ମଧ୍ୟରେ ରାଜ୍ୟରେ ସେମିତି ବିଶେଷ ଧରଣର ପାଣିପାଗ ବଦଳିବାର ନାହିଁ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସାଧାରଣତଃ ଗତକିଛିଦିନ ହେଲା ୨୦ ଡ଼ିଗ୍ରୀ ସେଲସିୟସ ରହୁଛି । ଏପରିକି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମଧ୍ୟ ଏହା ରେକଡର଼୍ କରାଯାଇଛି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ରାତିର ତାପମାତ୍ରା ୧୧ ଡ଼ିଗ୍ରୀ ସେଲସିୟସ ରେକଡର଼୍ କରାଯାଇଛି ।

ସେହିପରି ସୋନପୁରର ସର୍ବନିମ୍ନ ତାପମାତ୍ରା ୧୪.୧ ଡ଼ିଗ୍ରୀ, ଫୁଲବାଣୀ ୧୩.୮ ଡ଼ିଗ୍ରୀ, କୋରାପୁଟ ୧୩.୬ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ତାପମାତ୍ରା ୧୨.୫ ଏବଂ ଅନୁଗୁଳରେ ସର୍ବନିମ୍ନ ୧୩.୬ ଡ଼ିଗ୍ରୀ ସେଲସିୟସ ରେକଡର଼୍ କରାଯାଇଛି ।

ଏହାବ୍ୟତୀତ, ବାଲେଶ୍ୱରରେ ସର୍ବନିମ୍ନ ୧୬.୬, ଚାନ୍ଦବାଲି ୧୮, କଟକ ୧୬.୨, ପାରାଦ୍ୱୀପ ୧୯.୬, ବାରିପଦା ୧୭.୪, ଝାରସୁଗୁଡ଼ା ୧୭, କେନ୍ଦୁଝର ୧୬, ସମ୍ବଲପୁର ୧୬.୫, ହିରାକୁଦରେ ୧୭.୭, ତାଳଚେର ୧୮.୨, ଭବାନୀପାଟଣାରେ ୧୬.୨ ଏବଂ ବଲାଙ୍ଗୀରରେ ୧୮ ଡ଼ିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକଡର଼୍ କରାଯାଇଛି ।

Leave A Reply

Your email address will not be published.