Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବମିଖାଲରେ ଶୋଭା ପାଇବ ମୟସୂରର ଲଳିଥା ମହଲ

ଭୁବନେଶ୍ୱର: ମାଆଙ୍କ ଆଗମନ ପାଇଁ ପ୍ରସ୍ତୁତି ଚାଲିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମାଆଙ୍କ ମୂର୍ତ୍ତି ସହ ଭିନ୍ନ ଢଙ୍ଗର ସୁଉଚ୍ଚ ତୋରଣ ତିଆରି କରୁଛନ୍ତି ବିଭିନ୍ନ ପୂଜା ମଣ୍ଡପ । ଚଳିତ ବର୍ଷ ବମିଖାଲ ଦୂର୍ଗା ପୂଜା କମିଟି ୫୯ ତମ ଦୂର୍ଗା ପୂଜା ପାଳୁଛି । ଏଥର ବମିଖାଲ ଦୂର୍ଗା ପୂଜା ମଣ୍ଡପରେ ଶୋଭା ପାଇବ ମୟସୂରର ଲଳିଥା ମହଲ ।

ପଶ୍ଚିମବଙ୍ଗର କାରିଗର ତାପସ ଭୂୟାଁ ଦୀର୍ଘ ଏକ ମାସ ହେଲା ସାଥୀ ୩୦ ଜଣ କାରିଗରଙ୍କ ସହ ତୋରଣ ନିର୍ମାଣରେ ଲାଗିଛନ୍ତି । ମଣ୍ଡପରେ ମାଆଙ୍କ ୧୫ ଫୁଟର ମୂର୍ତ୍ତି ସହ ୨୦ ଫୁଟର ମେଢ଼ ଶୋଭା ପାଇବ । କଟକର କାରିଗର ମାଆଙ୍କ ମୂର୍ତ୍ତି ଓ ମେଢ଼ ତିଆରିରେ ଲାଗି ପଡ଼ିଛନ୍ତି । ମୂର୍ତ୍ତି, ମେଢ଼ ଓ ତୋରଣ ସହ ଆଲୋକ ସାଜସଜ୍ଜା ଉପରେ ଧ୍ୟାନ ଦେଇଛି ବମିଖାଲ ଦୂର୍ଗା ପୂଜା କମିଟି ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରୁ ରଖି କମିଟି ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବମିଖାଲ ଦୂର୍ଗା ପୂଜା କମିଟିର ଉପଦେଷ୍ଟା ସୁକାନ୍ତ ପ୍ରଧାନ । ବମିଖାଲ ଦୂର୍ଗା ପୂଜା କମିଟି ପକ୍ଷରୁ ଏଥର ଆଲୋକ ସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ମଣ୍ଡପରେ ସିସିଟିଭି ଲଗାଯିବା ସହ ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.