Latest Odisha News

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ଝଟକା: ପଞ୍ଚାୟତ ନିର୍ବାଚନବେଳେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

କୋଲକାତା: ଦିଦିଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା । ସୁପ୍ରିମ କୋର୍ଟ କହିଛନ୍ତି, ପଶ୍ଚିମ ବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ହାଇକୋର୍ଟଙ୍କ ରାୟକୁ କାଏମ ରଖି କୋଲକାତା ହାଇକୋର୍ଟଙ୍କ ଆଦେଶରେ ଦଖଲ ଦେବେ ନାହଁ ବୋଲି ସୁପ୍ରିମ କୋର୍ଟ ମନା କରି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ମମତା ବାନାର୍ଜୀ ସରକାର ତଥା ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ବଡ ଝଟକା ଦେଇଛି ।

ଏଥିସହିତ ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନିରପେକ୍ଷ ଭାବେ କରିବା ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ। ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଚନ୍ତି, ରାଜ୍ୟରେ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ହେଉ ଏହା ହାଇକୋର୍ଟଙ୍କ ଉଦ୍ଦେଶ୍ୟ  । କାରଣ ରାଜ୍ୟରେ ଗୋଟିଏ ଦିନରେ ସମସ୍ତ ସିଟରେ ନିର୍ବାଚନ ହେଉଛି । ଏପରି ପରିସ୍ଥିତିରେ ଉଚ୍ଚ ନ୍ୟାୟାଳୟ ଆଦେଶରେ କୌଣସି ପ୍ରକାର ହସ୍ତକ୍ଷେପର ଆବଶ୍ୟକତା ଥିବା ଆମେ ଅନୁଭବ କରୁନାହୁଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଗତ ୧୩ ତାରିଖରେ କଲିକତା ହାଇକୋର୍ଟ   ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ପାଇଁ ଆବେଦନ କରିବା ଉଚିତ ବୋଲି କହିଥିଲେ। ମାତ୍ର ରାଜ୍ୟ ସରକାର  ତତ୍ପରତା ପ୍ରକାଶ କରି ନ କରିବାରୁ  ଗତ ୧୫ ତାରିଖରେ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭର୍ତ୍ସନା କରିବା ସହ  ଆସନ୍ତା ୪୮ ଘଣ୍ଟାରେ ସମ୍ବେଦନଶୀଳ ବୁଥ୍‌ରେ ଅର୍ଦ୍ଧ ସାମରିକ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟକୁ ଯାଇଥିଲେ ।

ସୁ୍ପ୍ରିମକୋର୍ଟ ମାମଲାର ବିଚାର କରି କହିଥିଲେ, ସୁପ୍ରିମ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ନିର୍ବାଚନ କରିବା ହିଂସା କରିବା ପାଇଁ ଲାଇସେନ୍ସ ଦେବା ନୁହେଁ । ସ୍ୱତନ୍ତ୍ର ଏବଂ ନିରପେକ୍ଷ  ନିର୍ବାଚନ ଗଣତନ୍ତ୍ରର ପରିଚୟ । ହିଂସା ମାହୋଲ ଭିତରେ ନିର୍ବାଚନ କରାଯାଇ ପାରିବ ନାହିଁ । ପ୍ରଥମେ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ କରାଇବା ସୁନିଶ୍ଚିତ କରାଅ ।  ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ମେନା ମିଶ୍ରାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ ।

Leave A Reply

Your email address will not be published.