Latest Odisha News

ରାହୁଲଙ୍କୁ ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟ: ଯେଉଁ ଅଞ୍ଚଳରେ ଚୀନ ନିର୍ମାଣ କରୁଛି ତାକୁ ୧୯୬୨ରେ ବେଆଇନ କବଜା କରି ନେଇଥିଲା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ମଙ୍ଗଳବାର ଏକ ସାକ୍ଷାତକାରରେ ରାହୁଲଙ୍କ ପ୍ରଶ୍ନର ଉତ୍ତର  ଦେଇ କହିଥିଲେ ଆମେ ଚୀନକୁ ଡରୁନାହୁଁ । ଯଦି ଡରୁଥାନ୍ତୁ ତେବେ ଏଲଏସିରେ ଏତେ ସୈନ୍ୟ ମୁତୟନ କରିନ ଥାନ୍ତୁ । ଚୀନ ସୀମାକୁ ଏତେ ସେନା ରାହୁଲ ଗାନ୍ଧିି ପଠାଇ ନାହାନ୍ତି । ପଠାଇଛନ୍ତି ନରେନ୍ଦ୍ର ମୋଦି । ଲଦାଖର ପ୍ୟାଙ୍ଗଙ୍ଗ  ହ୍ରଦ ପାଶ୍‌:ର୍ ଅଞ୍ଚଳରେ ଚୀନ କରୁଥିବା ନିର୍ମାଣ କାର୍ଯ୍ୟ ଅଭିଯୋଗକୁ ଲକ୍ଷ୍ୟ କରି ଜୟଶଙ୍କର କହିଛନ୍ତି, କଂଗ୍ରେସ ନିଜକୁ ସଚ୍ଚୋଟତାର ସହ ଦେଖିବା ଉଚିତ । ଏହି ଅଞ୍ଚଳକୁ ଚୀନ ୧୯୬୨ ମସିହାରୁ ବେଆଇନ ଭାବେ କବଜା କରିନେଇଛି ।

ଖାଲି ରାହୁଲ ଗାନ୍ଧି ନୁହେଁ, ବିଦେଶୀ ଗଣମାଧ୍ୟମ, ବିବିସି ଡକ୍ୟୁମେଣ୍ଟାରୀ ଉପରେ ମଧ୍‌୍ର ବର୍ଷିଥିଲେ ।  ଜୟଶଙ୍କର କହିଥିଲେ, ପ୍ୟାଙ୍ଗଙ୍ଗ ହ୍ରଦ ନିକରେ ଚୀନ ସେତୁ ନିର୍ମାଣ କରୁଥିବା ନେଇ କଂଗ୍ରେସଓ ଅନ୍ୟ ବିରୋଧୀ ଅଭିଯୋଗ ଆଣିଛନ୍ତି । ଏହାର ଜବାବ ଦେଇ ଏହା କହିଥିଲେ ଜୟଶଙ୍କର । ସେ ଆହୁରି କହିଥିଲେ, ଚୀନ ସୀମାରେ ଭିତ୍ତିଭୂମି ବଢାଇବାକୁ ଆମେ ଖର୍ଚ୍ଚ ୫ ଗୁଣା ବଢାଇ ଦେଇଛୁ । ତେଣୁ ଆମେ ଚୀନ ପ୍ରତି ନରମ ମନୋଭାବ ପୋଷଣ କରୁଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅମୂଳକ । ଚୀନ ବିଷୟରେ ଯଦି ରାହୁଲ ଅଧିକ ଜାଣିଛନ୍ତି ତେବେ ସେ ତାଙ୍କଠାରୁ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

ଗଂଗ୍ରେସର କାର୍ଯ୍ୟକୁ ସମାଲୋଚନା କରି ଜୟଶଙ୍କର ତାଙ୍କ ନିଜ ପରିବାରର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେ  କହିଥିଲେ, ୧୯୮୦ରେ ଇନ୍ଦରା ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ବାପା ଡା.କେ ସୁବ୍ରମଣ୍ୟମଙ୍କୁ ପ୍ରତିରକ୍ଷା ସଚିବ ପଦରୁ ହଟାଇଥିଲେ । ପରେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ବାପାଙ୍କୁ ହଟାଇ ଜୁନିଅର ଅଧିକାରୀଙ୍କୁ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ଦେଇଥିଲେ ।

Leave A Reply

Your email address will not be published.