Latest Odisha News

ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର

ଭୁବନେଶ୍ବର: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୨ ଦିନିଆ ଓଡିଶା ଗସ୍ତରେ ଆସି ଶନିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏହାପରେ ସେ ବିଭିନ୍ନ ଗଣମାଧ୍ୟମର ଏଡିଟରଙ୍କୁ ସାକ୍ଷାତ କରିବା ସହିତ ପ୍ରେସମିଟ କରିଛନ୍ତି ।

BjdElectrycity

ଜୟଶଙ୍କର କହିଛନ୍ତି- ଭାରତ ପାଇଁ ଏକ ଶକ୍ତିଶାଳୀ ସରକାର ସହ ଏକ ଶକ୍ତିଶାଳୀ ନେତୃତ୍ବ ବି ଦରକାର । ସେଥିପାଇଁ ଓଡିଶାରେ ବିଜେପି ସରକାର ଆସିବା ଦରକାର । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶା ପ୍ରାକୃତିକ ସଂପଦ ଓ ପ୍ରତିଭାରେ ଭରପୂର । ଓଡିଶାର କଳା, ସଂସ୍କୃତି କେତେ ସମୃଦ୍ଧ ତାହା କହିବା ଅନାବଶ୍ୟକ । କ’ଣ ନାହିଁ ଓଡ଼ିଶାରେ, କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ କି ? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି?  ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାକୁ ସଂସ୍କୃତି କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କଲେ । ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ ହିଁ କାହିଁକି ବାଛିଲେ? କଳା ସଂସ୍କୃତିରେ ସମୃଦ୍ଧ ଓଡିଶା ନିଜ ନେତା ସୃଷ୍ଟି କରିବା ପାଇଁ ସକ୍ଷମ । ଏଭଳି ସମୃଦ୍ଧ ରାଜ୍ୟକୁ ତା ମାଟିର ନେତା ପରିଚାଳନା କରିବା ଉଚିତ୍ ।

ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଏସ୍ ଜୟଶଙ୍କର । ପରେ କାଲି ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.