Latest Odisha News

BREAKING NEWS

ରୋହିତ ଶର୍ମା ଆଘାତପ୍ରାପ୍ତ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଥିବ ଖବର ପ୍ରଶଂସକଙ୍କୁ ବ୍ୟସ୍ତ କରାଇଛି । ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ବିଶ୍ୱକପ ଖେଳାଯିବ । ଏଥିପାଇଁ ଭାରତୀୟ ଦଳର ଘୋଷଣା ମଧ୍ୟ କରାଯାଇ ସାରିଛି । ତେବେ କେକେଆର ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇଥିଲା । ସେ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ ପରେ ଫିଲ୍ଡିଂ କରି ନ ଥିଲେ । ଦଳର ସିନିୟର ସ୍ପିନର ପୀୟୂଷ ଚାୱଲା ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ରୋହିତ ସାମାନ୍ୟ ଆଘାତପ୍ରାପ୍ତ ଅଛନ୍ତି । ପିଠି ମାଂସପେଶୀରେ ସମସ୍ୟା ସୃଷ୍ଟି ହୋଇଥିବାରୁ ରୋହିତଙ୍କୁ ବିଶ୍ରାମ ଦିଆଯିବା ଉଚିତ ମନେ କରାଯାଇଥିଲା ।

BjdElectrycity

ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ସେ ଉପରୋକ୍ତ ସମସ୍ୟା ନେଇ ଗୋଟିଏ ଦିନ ପଡିଆକୁ ଆସି ନ ଥିଲେ । ତେବେ ବିଶ୍ୱକପ ଆରମ୍ଭ ହେବାକୁ ହାତରେ ଆଉ ସମୟ ଥିବାରୁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ, ମୁମ୍ବାଇ ଶୁକ୍ରବାର ମ୍ୟାଚରେ ପରାଜିତ ହେବା ଯୋଗୁ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡିଛି । ୨୦୨୨ ଟି୨୦ ବିଶ୍ୱକପ ପରେ ରୋହିତ ଏବଂ ବିରାଟ କୋହଲି ଏହି ଫର୍ମାଟରୁ ବେଶ କିଛି ଦିନ ଦୂରେଇ ରହିବା ପରେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ପ୍ରତ୍ୟାବର୍ତନ କରିଥିଲେ ।

Leave A Reply

Your email address will not be published.