Latest Odisha News

BREAKING NEWS

ଶିମିଳିପାଳ ହାତୀ ମାରି ପୋଡ଼ିବା ଘଟଣା: ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ପରେ ତଦନ୍ତ ଦିଗହରା ହେବା ଆଶଙ୍କା

କଟକ : ଆଖି ବୁଜିଲେ ଶିମିଳିପାଳ ହାତୀ ମାରି ପୋଡ଼ିଦେବା ମାମଲାର ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନକର୍ମଚାରୀ । ୧୧ତାରିଖରେ ବିଷ ପିଇଥିଲେ ବନ କର୍ମଚାରୀ ତୁରାମ ପୂର୍ତ୍ତି । ପାଟି ନଖୋଲିବାକୁ ଧମକ ପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଥିଲା । ଚିକିତ୍ସା ଅବସ୍ଥାରେ ତୁରାମଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ହାତୀ ମାରିବା ଓ ପରେ ପୋଡ଼ିଦେବା ଘଟଣାରେ ବନ ବିଭାଗର ୩ କର୍ମଚାରୀଙ୍କୁ ନିଲମ୍ୱନ କରାଯାଇଥିଲା ଓ ପରେ ସେମାନଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଜେନାବିଲ ଫରେଷ୍ଟ ଇନଚାର୍ଜ ଶିବ ଶଙ୍କର ସାମଲ, ଗୁରାଣ୍ଡିଆ ଫରେଷ୍ଟର ଚନ୍ଦ୍ରଭାନୁ ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ ।

ତିନି ଜଣଯାକ ମଲା ହାତୀକୁ ଶୁଖିଲା କାଠ ରଖି ପୋଡ଼ିଥିବା ସ୍ୱୀକାର କରିଥିବା ଫିଲ୍ଡ ଡାଇରେକ୍ଟର ଅଶୋକ କୁମାର କହିଛନ୍ତି । ତେବେ ସେମାନଙ୍କୁ ରିମାଣ୍ଡରେ ଆଣି ଆହୁରି ପଚରାଉଚୁରା କରାଯିବ ବୋଲି ସେ କହିଥିଲେ । ତୁରାମଙ୍କ ମୃତ୍ୟୁ ପରେ ତଦନ୍ତ ଦିଗହରା ହେବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.