Latest Odisha News

ପଠାନ୍ ଝଡ଼କୁ ନେଇ କିଙ୍ଗ ଖାନଙ୍କ ସମର୍ଥନରେ ସାଉଥ୍ ଷ୍ଟାର କହିଲେ, ‘କିଛି ବି ହେଇଯାଉ ଆମେ ସକରାତ୍ମକ ରହିବୁ’

ନୂଆଦିଲ୍ଲୀ: ପଠାନ୍ ଫିଲ୍ମରେ ଦୀପିକା ପାଡୁକୋନଙ୍କ ପୋଷାକକୁ ନେଇ ବିରୋଧ ଜାରି ରହିଛି । ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’ ଗୀତ ଓ ଦୀପିକାଙ୍କ ଲୁକ୍ କୁ ଖୁବ୍ ନିନ୍ଦା କରାଯାଉଛି । ଏପରିକି ତାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ କୁହାଯାଇଛି । ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଧମକ ମିଳିଛି । ହିନ୍ଦୁ ମହାସଭା ବି ନାରଙ୍ଗୀ ରଙ୍ଗ ବିକିନୀକୁ ନେଇ କ୍ଷୁବ୍ଧ ହୋଇଛି ।

BjdElectrycity

ଏସବୁ ପରେ ବି ସକରାତ୍ମକ ରହିବାକୁ ଉପଦେଶ ଦେଇଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାନ । ସେ କହିଛନ୍ତି, କୁଛ୍ ଭି ହୋ ଯାଏ, ହମ ଯେସେ ଲୋଗ ହର ହାଲ ମେ ପଜିଟିଭ ୟାନି ସକାରାତ୍ମକ ରହେଗେଁ । ଆଉ ଶାହରୁଖ ଖାନଙ୍କ ଏହି ଟିପ୍ପଣୀକୁ ସମର୍ଥନ କରିଛନ୍ତି ସାଉଥ୍ ଷ୍ଟାର ପ୍ରକାଶ ରାଜ । ଶାହରୁଖଙ୍କ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ (KIFF)ର ଭିଡିଓକୁ ସେୟାର କରି ସେ ଟ୍ୱିଟ କରିଛନ୍ତି । ହ୍ୟାସଟ୍ୟାଗରେ ପଠାନ ଓ ଶାହରୁଖ ଖାନ୍ ଉଲ୍ଲେଖ କରିଛନ୍ତି ।

ଶାହରୁଖ ଖାନଙ୍କ ଏହି ବୟାନରୁ ସ୍ପଷ୍ଟ ହେଉଛିଯେ, ତାଙ୍କୁ ଟ୍ରୋଲିଂ ରୁ କୌଣସି ଫରକ୍ ପଡେନି । କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ (KIFF)ଉଦଘାଟନୀ ଉତ୍ସବରେ ଶାହରୁଖ ଏପରି ଖାମଖିଆଲ ମନ୍ତବ୍ୟ ଦେଇଛନ୍ତି । ଆମେ ଖୁସି ଅଛୁ, ମୁଁ ସବୁଠୁ ବେଶୀ ଖୁସି । ଦୁନିଆ କିଛି ବି କରୁ, ମୁଁ, ତୁମେ ଓ ଦୁନିଆରେ ସବୁ ସକରାତ୍ମକ ଲୋକ ଜୀବିତ ରହିବେ । ଏବେ ଫିଲ୍ମଗୁଡିକୁ ସୋସିଆଲ ମିଡିଆ ପ୍ରଚାର ପ୍ରସାର କରୁଛି । ହେଲେ ବିପରୀତ ସୋସିଆଲ ମିଡିଆ ସିନୋକୁ ନକରାତ୍ମକ ଭାବେ ପ୍ରଭାବିତ କରିବ  ବୋଲି କହିଛନ୍ତି କିଙ୍ଗ୍ ଖାନ ।

Leave A Reply

Your email address will not be published.