Latest Odisha News

ଗୋଟିଏ କାର୍ଯ୍ୟକ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ଏକତ୍ର ନିଯୁକ୍ତି ଜରୁରୀ ନୁହେଁ :ହାଇକୋର୍ଟ

ଲକ୍ଷ୍ନୌ: ସ୍ୱାମୀ-ସ୍ତ୍ରୀ କର୍ମକ୍ଷେତ୍ରରେ ଏକତ୍ର ନିଯୁକ୍ତି ନେଇ ଲକ୍ଷ୍ନୌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । କୋର୍ଟ କହିଛନ୍ତି ସ୍ୱାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିବେ ତାହା ଜରୁରୀ ନୁହେଁ । ସେମାନଙ୍କ ସମ୍ପର୍କରେ ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ । କିଛି ଦିନ ତଳେ ଜନୈକ ସ୍ୱାମୀ-ସ୍ତ୍ରୀ ଏକତ୍ର ଗୋଟିଏ ଅଫିସରେ ଚାକିରୀ କରିବା ପାଇଁ ଅନୁରୋଧ କରିଥିଲେ । ସେମାନଙ୍କ ଅନୁରୋଧକୁ ବେସିକ ଶିକ୍ଷା ବିଭାଗ ଟ୍ରାନ୍ସଫର ନେଇ ସହମତି ହୋଇ ନ ଥିଲେ । ଶେଷରେ ସେମାନେ ଏ ନେଇ କୋର୍ଟରେ ଆବେଦନ କରିଥିଲେ । ବିଚାରପତି ପ୍ରକାଶ ଶୁକ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରିବା ସହ ଉପରୋକ୍ତ ଶୁଣାଣୀ କରିଛନ୍ତି ।

ଜଣେ ସରକାରୀ କର୍ମଚାରୀ ତାର ଦକ୍ଷତା ଅନୁସାରେ ଚାକିରୀ ପାଇଥାଏ । ସମ୍ପୃକ୍ତ ବିଭାଗ ସେହି ଅନୁସାରେ ପୋଷ୍ଟିଂ ମଧ୍ୟ କରିଥାଏ । ଗୋଟିଏ ସ୍ଥାନରେ ନିଯୁକ୍ତି କରାଇବା ନେଇ ସର୍ବଦା ଦ୍ୱିମତ ପ୍ରକାଶ ପାଇଛି । ଏପରିକି ପୂର୍ବରୁ ଏନଏଚପିସି, ଭେଲ, ଇଂଟରମିଡିଏଟ କଲେଜ, ସରକାରୀ ବ୍ୟାଙ୍କ, ଏଲଆଇସି, ବିଦ୍ୟୁତ ବିତରଣ ନିଗମ, ପାୱାର କର୍ପୋରେଶନ ଓ ପବ୍ଲିକ ସେକ୍ଟରରେ ଅନେକ ସ୍ୱାମୀ-ସ୍ତ୍ରୀ ଚାକିରୀ କରୁଛନ୍ତି । ସେମାନଙ୍କୁ ଅଲଗା ରହିବାକୁ ପଡୁଛି । ସମସ୍ତଙ୍କୁ ଏକତ୍ର କରିବା ସମ୍ଭବପର ନୁହେଁ ବୋଲି ଅନେକ ବିଭାଗ ଅକ୍ଷମତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.