Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଥିବା ପ୍ରତିଶ୍ରୁତିକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଥିବା ଶସ୍ତା ପ୍ରତିଶ୍ରୁତିକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନରେ ବିଜୟୀ ହେବା ଲାଗି ବିଭିନ୍ନ ରାଜନୈତିକ ଦଳ ଘୋଷଣା କରୁଥିବା ଲୋଭନୀୟ ପ୍ରତିଶ୍ରୁତି, ବିଭିନ୍ନ ସାମଗ୍ରୀକୁ ମାଗଣାରେ ଯୋଗାଇ ଦେବା ଲାଗି ଦେଉଥିବା ପ୍ରତିଶ୍ରୁତିକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ନିୟମିତ ବଜେଟଠାରୁ ଏହି ପ୍ରତିଶ୍ରୁତିମୂଳକ ବଜେଟ ବହୁ ଅଧିକ ହୋଇଯାଉଛି । ଏ ସମ୍ପର୍କରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ସରକାର ଓ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ଯେ, ନିର୍ବାଚନ ଲାଗି ଗାଇଡଲାଇନ ଜାରି କରାଯାଇଥିବା ସତ୍ତ୍ବେ ଏନେଇ ପଦକ୍ଷେପ ନିଆଯାଇନାହିଁ । ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା କହିଛନ୍ତି ଯେ, ଗାଇଡଲାଇନ ତିଆରି କରିବା ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ନିର୍ବାଚନ କମିଶନ ମାତ୍ର ଗୋଟିଏ ବୈଠକ କରି ନିଜର ଦାୟିତ୍ବ ଶେଷ କରିଦେଇଛନ୍ତି । ଏକ ପିଟିସନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା, ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପପୀଠ ଏହି ନୋଟିସ ଜାରି କରିଛନ୍ତି ।

Comments are closed, but trackbacks and pingbacks are open.