Latest Odisha News

BREAKING NEWS

ଜୁନ ୧୮ ରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ରାଜଧାନୀ ଦିଲ୍ଲୀ ; ଗୁଜବ କି ସତ, ଜାଣନ୍ତୁ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଜୁନ୍ ୧୮ ତାରିଖରୁ ଆଗାମୀ ଚାରି ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ରହିବ ! ଏନେଇ ଏକ ବାର୍ତ୍ତା ଫେସବୁକ ଭଳି ସୋସିଆଲ ମିଡିଆରେ ଭାଇରଲ ହେଉଛି।

ତେବେ ଫେସବୁକରେ ଭାଇରାଲ ହେଉଥିବା ଏହି ତଥ୍ୟ କେତେ ସତ କେତେ ଗୁଜବ ଆସନ୍ତୁ ଜାଣିବା । ଜୁନ ୧୮ ତାରିଖରୁ ଦିଲ୍ଲୀ ବନ୍ଦ ହେବା ତଥ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଶ କରାଯାଇଛି ବୋଲି ଏହି ବାର୍ତ୍ତାରେ ଉଲ୍ଲେଖ ରହିଛି । ମାତ୍ର ପିଆଇବି ଫ୍ୟାକ୍ଟ ଚେକ୍ ଏହାକୁ ସମ୍ପୂର୍ଣ୍ଣ “ମିଥ୍ୟା ଏବଂ ଭିତ୍ତିହୀନ” ବୋଲି ସ୍ପଷ୍ଟ କରିଛି। ଏପରି କୌଣସି ଘୋଷଣା କେନ୍ଦ୍ର ପକ୍ଷରୁ କରାଯାଇନଥିବା ବେଳେ ଏଭଳି ଗୁଜବକୁ ବିଶ୍ୱାସ ନକରିବାକୁ ପିଆଇବି ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.