Latest Odisha News

BREAKING NEWS

ସ୍ୱିଗି ବୟ ମିଛ ଅପହରଣର ଯବନିକା: ପ୍ରେମିକା ସହ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ସ୍ୱିଗି ବୟ ଫେକ୍ କିଡନାପ୍ ହାଇଡ୍ରାମାରେ ପଡ଼ିଲା ଯବନିକା । ନିଜ ଅପହରଣ ନାଟକର ନାୟକ ପତିତପାବନ ପୃଷ୍ଟି ଓ ତାଙ୍କର ପ୍ରେମିକାକୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ମଧ୍ୟପ୍ରଦେଶର କଟନୀ ଷ୍ଟେସନରୁ ଦୁହିଁଙ୍କୁ ଠାବ କରାଯାଇଥିଲା । ଏହାପରେ ଗୋଟିଏ ପୋଲିସ ଟିମ୍ ସେଠାରୁ ଦୁହିଁଙ୍କୁ ଆଣିଛି ଭୁବନେଶ୍ୱର । ଧଉଳି ଥାନାରେ ସେମାନଙ୍କୁ ପଚରାଉଚରା ଜାରି ରହିଛି ।

ଗର୍ଲଫ୍ରେଣ୍ଡ ସହ ଚମ୍ପଟ ମାରିବାକୁ ପତିତପାବନ ରଚିଥିଲା ଅପହରଣ ନାଟକ । ଗତ ଶନିବାର ଦିନ କେହି ଦୁର୍ବୃତ୍ତ ତାକୁ ଛୁରାରେ ଆକ୍ରମଣ କରି ଡାଲା ଅଟୋରେ ପକାଇ ନେଇ ଯାଉଥିବା କହି ସ୍ତ୍ରୀଙ୍କ ପାଖକୁ ପଠାଇଥିଲେ ଭଏସ୍ ମେସେଜ୍ । ଏହାପରେ ତାଙ୍କ ପତ୍ନୀ ଅପହରଣ ଅଭିଯୋଗ କରି ପୋଲିସର ଦ୍ୱାରସ୍ଥ ହୋଇଥିଲେ ।

ଟ୍ରେନରେ ଗର୍ଲଫ୍ରେଣ୍ଡକୁ ଧରି ପତିତପାବନ ଓଡ଼ିଶାରୁ ଦିଲ୍ଲୀ ଚମ୍ପଟ ମାରୁଥିଲା । ରବିବାର ଦିନ ପୁରୀ ଜିଲ୍ଲାର ଜଣେ ଯୁବତୀ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଖୋଳତାଡ ବେଳେ ପୋଲିସରୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ସୁରାକ ।

ଅନ୍ୟ ଜଣେ ଯୁବତୀଙ୍କୁ ପତିତପାବନ ଭଲ ପାଉଥିଲେ ଓ ତାଙ୍କ ସହ ଫେରାର୍ ହୋଇଥିବା ସନ୍ଦେହ ଘନୀଭୂ ହୋଇଥିଲା । ରେଳବାଇ ପୋଲିସ ସହାୟତାରେ କଟନୀ ଷ୍ଟେସନରୁ ଦୁହିଁଙ୍କୁ ଧରିବା ସବ ଫେକ୍ କିଡନାପ୍ ନାଟକର ପର୍ଦ୍ଦାଫାସ କରିଥିଲା କମିଶନରେଟ ପୋଲିସ ।

Leave A Reply

Your email address will not be published.