Latest Odisha News

BREAKING NEWS

ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ରାଧାଷ୍ଟମୀ ପାଳିତ

ମୋହାଲି : ଦେଶର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ରାଧାଷ୍ଟମୀ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ରତ୍ନପ୍ରଭା ସାହୁ, ବିଶ୍ୱବିଦ୍ୟାଳୟ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ, କୁଳପତି ସର୍ଦ୍ଦାର ସତନାମ ସିଂହ ସନ୍ଧୁ ଓ ବରିଷ୍ଠ ଉପ-ସଭାପତି ପ୍ରଫେସର ହିମାନୀ ସୁଦଙ୍କୁ ପ୍ରଦାନ କରିଥିଲେ ।

ଏହି ଅବସରରେ, ଓଡ଼ିଶାରୁ ଆସି ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ପେଟ୍ରୋଲିୟମ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ସୌଭାଗ୍ୟ ରଞ୍ଜନ ମହାପାତ୍ର ଓ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଅଧ୍ୟକ୍ଷ ପ୍ରଫେସର ଫକୀର ମୋହନ ନାହାକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ମହାପ୍ରଭୁଙ୍କ ବିଗ୍ରହ ପ୍ରଦାନ କରିଛନ୍ତି।

ଏନ୍.ଆଇ.ଆର୍.ଏଫ୍, କ୍ୟୁଏସ୍-ଆଇଗେଜ୍, ଏନ୍.ବି.ଏ ଏବଂ ନାକ୍-ଏ ପ୍ଲସ୍ ଭଳି ଉଚ୍ଚକୋଟୀର ରାଙ୍କିଙ୍ଗରେ ରହି ଖ୍ୟାତି ଅର୍ଜନ କରିଥିବା ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଓଡ଼ିଶାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

 

Leave A Reply

Your email address will not be published.