Latest Odisha News

BREAKING NEWS

କଳାହାଣ୍ଡି: ଧରାପଡିଲା ନକଲି ନୋଟ୍ ର‌୍ୟାକେଟ୍, ଦୁଇ ଗିରଫ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ନିକଟସ୍ଥ ଧର୍ମଗଡ ଅଞ୍ଚଳରେ ଜାଲ ନୋଟ କାରବାର ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ ଏହି ଦୁଇ ଅଭିଯୁକ୍ତ ନକଲି ନୋଟ ମାଧ୍ୟମରେ ନିକଟସ୍ଥ ବଜାରରୁ ବହୁବାର କିଣାକିଣି କରିଥିଲେ । ଏପରି କରିବାର କିଛିଦିନ ପରେ ଜଣେ ଦୋକାନୀଙ୍କ ହାବୁଡରେ ଏହି ନକଲି ନୋଟ ପଡିଥିଲା । ଦୋକାନୀ ଜଣଙ୍କୁ ସନ୍ଦେହ ହେବାରୁ ସେ ତୁରନ୍ତ ପୋଲିସକୁ ଜଣାଇଥିଲେ ।

ଆହୁରି ମଧ୍ୟ ଜାଲନୋଟ ତିଆରି କରିବା ସମ୍ପର୍କରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ନକଲି ନୋଟ ଛାପିବା ସମ୍ବନ୍ଧରେ କହିଥିଲେ । କିପରି ସେମାନେ ଅସଲି ନୋଟର ଅବିକଳ ଜେରକ୍ସ କପି କରି ବଜାରରେ ବାଣ୍ଟୁଥିଲେ ।

ଅନ୍ୟପକ୍ଷରେ ଚଢାଉ ବେଳେ ଘଟଣାସ୍ଥଳରୁ ପାଖାପାଖି ୧୭ ହଜାର ଟଙ୍କାର ୫ଶହ ଟଙ୍କିଆ ନୋଟ ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ର‌୍ୟାକେଟ ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଛି ।

Leave A Reply

Your email address will not be published.