Latest Odisha News

BREAKING NEWS

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହକୁ ଏକ କିଲୋମିଟର ବୋହି ନେଲେ ପରିବାର ଲୋକେ

ସୁନ୍ଦରଗଡ଼: ପୁଣି ମୃତଦେହକୁ ଅସମ୍ମାନ । ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତକ ହେଲେ ସୁନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ ।

ଖବର ମୁତାବକ, ରକ୍ତ ଝାଡ଼ାରେ ପୀଡ଼ିତ ହୋଇ ୫ ଦିନ ପୂର୍ବରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ସୁରେଶ । ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ । ହେଲେ ଆଜି ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାରଲୋକେ । ହେଲେ ମେଡିକାଲରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ମୃତଦେହ ନେବାକୁ ମହାପ୍ରୟାଣ ଗାଡି ନେବାକୁ ମେଡିକାଲ ରେ କହିଥିଲେ ପରିବାର ଲୋକେ । ହେଲେ ମହାପ୍ରୟାଣ ଗାଡି ମିଳିନଥିଲା । ଟୋଲ ଫ୍ରି ନମ୍ବରରେ ଫୋନ କଲେ ବି କୌଣସି ଉତ୍ତର ମିଳିନଥିଲା । ଶେଷରେ ଉପାୟ ଶୂନ୍ୟ ହୋଇ ମୃତଦେହକୁ ଟେକି ଟେକି ପ୍ରାୟ ଏକ କିଲୋମିଟର ବୋହି ନେଇଥିଲେ ପରିବାର ଲୋକେ । ଏହାପରେ ଏକ ଘରୋଇ ଗାଡି ଭଡା କରି ନିଜ ଗାଁକୁ ଫେରିଥିଲେ ।

Leave A Reply

Your email address will not be published.