Latest Odisha News

BREAKING NEWS

ମହିଳାମାନେ ଖାଆନ୍ତୁ କଞ୍ଚା ଅମୃତଭଣ୍ଡା, ଏହି ସବୁ ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ: କଞ୍ଚା ଅମୃତଭଣ୍ଡା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସେହିପରି ପାଚିଲା ଅମୃତଭଣ୍ଡା ମଧ୍ୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷକରି ମହିଳାମାନେ କଞ୍ଚା ଅମୃତଭଣ୍ଡା ଖାଇବା ଜରୁରୀ । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଯେତିକି ସ୍ୱାଦିଷ୍ଟ ତାହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ଆପଣ ଉଭୟ ପାଚିଲା ଏବଂ କଞ୍ଚା ଅମୃତଭଣ୍ଡା ଖାଇପାରିବେ । ଶରୀରରେ ଦେଖାଦେଉଥିବା ଅନେକ ରୋଗ ପାଇଁ ଅମୃତଭଣ୍ଡା ରାମବାଣ ସଦୃଶ । ସାଧାରଣତଃ ଆମେ ପାଚିଲା ଅମୃତଭଣ୍ଡା କୁ ଫଳ ଭାବରେ ଖାଉଥିବାବେଳେ, କଞ୍ଚା ଅମୃତଭଣ୍ଡା କୁ ପନିପରିବା ଭାବରେ ଖାଇଥାଉ । ଏହିପରି ପୁଷ୍ଟିକର ଉପାଦାନ ଗୁଡିକ ଅମୃତଭଣ୍ଡାରେ ମିଳିଥାଏ ଯାହା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଅମୃତଭଣ୍ଡାରେ ଭିଟାମିନ୍, ଏନଜାଇମ୍ ଏବଂ ପୋଷକ ତତ୍ତ୍ୱ ଭରପୂର ରହିଛି । କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ ବି, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ପରି ଖଣିଜ ପଦାର୍ଥ ପ୍ରଚୁର ପରିମାଣରେ ମିଳିଥାଏ । କଞ୍ଚା ଅମୃତଭଣ୍ଡା ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କଞ୍ଚା ଅମୃତଭଣ୍ଡା ଖାଇବାର ଫାଇଦା ଏବଂ ମହିଳାମାନେ କାହିଁକି ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ଅନ୍ତର୍ଭୁକ୍ତ କରିବା ଉଚିତ୍ ଆସନ୍ତୁ ଜାଣିବା…

କଞ୍ଚା ଅମୃତଭଣ୍ଡାକୁ ଆପଣ ଅନେକ ଉପାୟ ରେ ଖାଇପାରିବେ । ସବୁଠାରୁ ସହଜ ଉପାୟ ହେଉଛି ଅମୃତଭଣ୍ଡା ତରକାରୀ ପ୍ରସ୍ତୁତ କରି ଏହାକୁ ଖାଇପାରିବେ । ଯଦି ଆପଣ ଚାହାଁନ୍ତି, ଏଥିରେ କୋଫ୍ଟା ମଧ୍ୟ ତିଆରି କରିପାରିବେ । ଚାଉଳ ଏବଂ ମସୁର ଡାଲି ସହିତ ଅମୃତଭଣ୍ଡା ତରକାରୀ ଖାଇପାରିବେ । ଏହା ବ୍ୟତୀତ ଆପଣ ଏହାକୁ ସିଝାଇ ମଧ୍ୟ ଖାଇପାରିବେ ।

ମହିଳାମାନେ କଞ୍ଚା ଅମୃତଭଣ୍ଡା ଖାଇ ମାସିକ ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଅପାରିବେ । ଅମୃତଭଣ୍ଡା ଖାଇବା ଦ୍ୱାରା ଅକ୍ସିଟୋସିନ୍ ଏବଂ ପ୍ରୋଷ୍ଟାଗ୍ଲାଡିନ୍ ସ୍ତର ବଢିଥାଏ ଯାହା ଯନ୍ତ୍ରଣାକୁ କମ କରିଥାଏ ।

ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଅମୃତଭଣ୍ଡା ମଧ୍ୟ ଉପକାରୀ ବୋଲି ବିବେଚନା କରାଯାଏ । ଏହାର ତରକାରୀ କିମ୍ବା ଜୁସ୍ ପିଇବା ଦ୍ବାରା ଶରୀରରେ ଇନସୁଲିନର ପରିମାଣ ସ୍ୱାଭାବିକ ରହିଥାଏ ।

ଯେଉଁ ଲୋକମାନେ ନିଜ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ଅନ୍ତର୍ଭୁକ୍ତ କରନ୍ତି ସେମାନେ ପ୍ରଚୁର ଫାଇବର ପାଆନ୍ତି । ଏହାରୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଭିଟାମିନ୍ ସି, ଭିଟାମିନ୍ ଏ ଏବଂ ଭିଟାମିନ୍ ବି ରେ ଭରପୂର ଥିବା କଞ୍ଚା ଅମୃତଭଣ୍ଡା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏଥିରେ ଅନେକ ଖଣିଜ ପଦାର୍ଥ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଥଣ୍ଡା ଏବଂ କାଶ ସମସ୍ୟାକୁ ଦୂରେଇଥାଏ ।

ଯେଉଁ ମହିଳାମାନେ ସ୍ତନ୍ୟପାନ କରାଉଛନ୍ତି ସେମାନେ ନିଜ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ଅନ୍ତର୍ଭୁକ୍ତ କରିବା ଜରୁରୀ । ଏହା ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ ।

Leave A Reply

Your email address will not be published.