Latest Odisha News

BREAKING NEWS

ଆଦିବାସୀଙ୍କ ଶୁଲିଆ ଯାତ୍ରା: ରକ୍ତରଂଜିତ ହେଲା ସାନଖଳା ଓ ବଡ଼ଖଳା

ବଲାଙ୍ଗୀର: ପୁଣି ରକ୍ତରଂଜିତ ହୋଇଛି ସାନଖଳା ଓ ବଡ଼ଖଳା । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି।

ଆଦିବାସୀଙ୍କ ଶୁଲିଆ ଯାତ୍ରାରେ ଭୋର ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ କୁକୁଡ଼ା ବଳିପଡ଼ିଛି। ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା। ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି।

କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ। ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି। ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ। ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା।

କାହିଁ କେତେ ବର୍ଷରୁ ଚାଲିଆସିଛି ଆଦିବାସୀଙ୍କ ଏ ପ୍ରଥା ଓ ପରମ୍ପରା । କୌଣସି ଗାଁରେ ସଚେତନ କାର୍ଯ୍ୟକ୍ରମ ହୋଇନାହିଁ।

Leave A Reply

Your email address will not be published.