Latest Odisha News

BREAKING NEWS

ମୁହଁ ଖୋଲିଲେ ପିଣ୍ଟୁ ନନ୍ଦ, କହିଲେ ସେ ଝିଅକୁ ମୁଁ ଜାଣିନି

ଭୁବନେଶ୍ୱର: ପିଣ୍ଟୁଙ୍କ ନାଁରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜଣେ ମହିଳା ଦୁର୍ବବ୍ୟହାର ଅଭିଯୋଗ ଆଣିଛନ୍ତି । ଏହାପରେ ମୁହଁ ଖୋଲିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେ କହିଛନ୍ତି, ସଂପୃକ୍ତ ମହିଳା ଏହି ଅଭିଯୋଗ କାହିଁକି ଆଣିଲେ ସେ ଜାଣିନାହାନ୍ତି ।  ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ସେ ଝିଅକୁ ମୁଁ ଚିହ୍ନିନି କି ଜାଣିନି, ପ୍ରଥମଥର ପାଇଁ ଥାନାରେ ଦେଖିଲି ବୋଲି ପିଣ୍ଟୁ କହିଛନ୍ତି ।

ସିନେମାରେ ସ୍ତ୍ରୀଙ୍କ ଭୂମିକା  କରିନପାରିବାରୁ ମହିଳାଙ୍କ ଜଣକ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ପିଂଟୁ ନନ୍ଦ କହିଛନ୍ତି । ତେବେ ସୁଟିଂ ଯେଉଁଠି ହେଉଥିଲା ସେଇଠି ସିସିଟିଭି ଲାଗିଥିଲା, ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ ଜଣାପଡିବ ବୋଲି ପିଣ୍ଟୁ ନନ୍ଦ ସଫେଇ ରଖିଛନ୍ତି । ପୁଲିସ  ତାଙ୍କୁ ନୋଟିସ ଦେଇଛି ଓ ୧୫ ଦିନ ମଧ୍ୟରେ ପକ୍ଷ  ରଖିବାକୁ କହିଛି ବୋଲି କହିଛନ୍ତି ପିଂଟୁ ନନ୍ଦ ।

ଓଲିଉଡର ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଫିଲ୍ମରେ ସୁଯୋଗ ଦେବାକୁ କହି ତାଙ୍କୁ ହୋଟେଲ୍ କୁ ଡାକି ତାଙ୍କ ସହ ଖରାପ ବ୍ୟବହାର କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପୁଲିସ୍  ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.