Latest Odisha News

BREAKING NEWS

ବଜ୍ରପାତ ନେଲା ଚାଷୀଙ୍କ ଜୀବନ

ସିମୁଳିଆ:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର କଳାଶୁଣି ଗ୍ରାମରେ ଅଘଟଣ । ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ। କଳାଶୁଣି ଗ୍ରାମର ଭରତ ଦାସଙ୍କ ୩୮ ବର୍ଷୀୟ ପୁଅ ପ୍ରଶାନ୍ତ କୁମାର ଦାସ ନିଜ ଚାଷଜମିରେ ଧାନ କାମ କରୁଥିବା ବେଳେ ହଠାତ୍ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।

ପାଖ ବିଲରେ କାମ କରୁଥିବା ଅନ୍ୟ ଜଣେ ଚାଷୀ ଏହି ଘଟଣା ସମ୍ବନ୍ଧରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ସଦସ୍ୟମାନେ ତୁରନ୍ତ ପ୍ରଶାନ୍ତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.