Latest Odisha News

BREAKING NEWS

ଚାଷୀଙ୍କ ଫସଲ ବୀମା ପ୍ରିମିୟମ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଜାଣନ୍ତୁ ନିୟମ…

ଭୁବନେଶ୍ୱର: ୨୦୨୩ ଖରିଫ ଓ ୨୦୨୫-୨୬ ରବି ଫସଲ ପାଇଁ ବୀମା କରାଯିବ । ଚାଷୀଙ୍କ ବୀମାର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ସାମିଲ୍ ରହିବ ।

BjdElectrycity

ଫସଲରେ କ୍ଷତି ଭରଣ ପାଇଁ ଫସଲ ବୀମା ହୋଇଥାଏ । ପ୍ରତି ୩ ବର୍ଷରେ କେନ୍ଦ୍ର ସରକାର ଫସଲ ବୀମା ଲାଗି କମ୍ପାନୀ ବିଡିଂ ମାଧ୍ୟମରେ ବାଛିଥାନ୍ତି । ଖରିଫ ଋତୁରେ ମୋଟ ବୀମାର ୨ ପ୍ରତିଶତ ଓ ରବିରେ ମୋଟ ମୋଟ ବୀମାର ୧.୫ ପ୍ରତିଶତ ପ୍ରିମିୟମ୍ ଆକାରରେ ଦେଇଥାନ୍ତି ଚାଷୀ । ବାଣିଜ୍ୟିକ ଚାଷ କ୍ଷେତ୍ରରେ ଚାଷୀଙ୍କୁ ମୋଟ ବୀମାର ୫ ପ୍ରତିଶତ ପ୍ରିମିୟମ୍ ଆକାରରେ ଦେବାକୁ ପଡ଼େ । ବଳକା ପ୍ରିମିୟମ୍ ଟଙ୍କା ସବସିଡି ଆକାରରେ କେନ୍ଦ୍ର ଓ ରାଜ୍ୟ ସରକାର ଦିଅନ୍ତି ।

ଏବର୍ଷ ଫସଲ ବୀମା ପାଇଁ ଏଗ୍ରିକଲଚରାଲ ଇନ୍ସୁରାନ୍ସ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍, ଏସବିଆଇ ଜେନେରାଲ୍ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍, ଫୁଚର ଜେନେରାଲ ଇଣ୍ଡିଆ ଓ ରିଲିଆନ୍ସ ଜିଆଇସି ଲିମିଟେଡ୍ କେନ୍ଦ୍ର ସରକାରଙ୍କ ଟାରୁ ଟେଣ୍ଡର ହାତେଇଛନ୍ତି ।

ଏଥିରେ ୧୦ରୁ ୧୨ ଲକ୍ଷ ଚାଷୀଙ୍କ ୧୦ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହେବ । ଯେତେବେଳେ କି ମୋଟ ୬୦ ଲକ୍ଷ ହେକ୍ଟର ଚାଷ ଜମି ରହିଛି । ଓଡ଼ିଶା ସରକାର ଫସଲ ବୀମା ଅର୍ଥ ଚାଷୀଙ୍କ ପାଇଁ ଭରଣା କରିବେ । ଏହାଦ୍ୱାରା ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭ ପାଇବେ । ରାଜ୍ୟ ସରକାର ୨ ହେକ୍ଟର ଚାଷ ଜମି ପାଇଁ ପ୍ରିମିୟମ୍ ଚାଷୀ ପାଇଁ ଦେବେ ।

ଏଥିପାଇଁ ଚାଷୀଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ୨ ହେକ୍ଟର ଜମିରୁ ଅଧିକ ଜମିର ଫସଲ ବୀମା ପାଇଁ ଚାଷୀ ନିଜେ ପ୍ରିମିୟମ୍ ଖର୍ଚ୍ଚ ବହନ କରିବେ । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave A Reply

Your email address will not be published.