Latest Odisha News

BREAKING NEWS

ଜଟିଳ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଅଁଳା

ସାଧାରଣତଃ ଅନେକ ଲୋକ ସୁସ୍ଥ ରହିବା ପାଇଁ ଆୟୁର୍ବେଦ ଉପରେ ନିର୍ଭର କରି ଦେଶ ଖାଦ୍ୟ ତଥା ସବୁଜ ପନିପରିବା ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଐତିହାସିକ ଯୁଗରୁ ହରିଡ଼ା,ବାହାଡ଼ା ଓ ଅଁଳା କୁ ତ୍ରିଫଳ ର ଆଖ୍ୟା ଦିଆ ହେଇଛି । ଏହି ତ୍ରିଫଳର ବହୁ ଔଷଧୀୟ ଗୁଣ ରହିଛି । ଏହି ତ୍ରିଫଳ ମଧ୍ୟରୁ ଅଁଳା ର ଉପକାରୀତା ବିଷୟରେ ନଜର ପକାଇବା, ଯାହା ଶୀତଦିନରେ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଆମ ଦେଶରେ ଅଁଳା ଅନେକ ସ୍ଥାନରେ ମିଳିଥାଏ । ଏପରିକି ଅଁଳାକୁ ଆୟୁର୍ବେଦ ଭାଷାରେ ସଞ୍ଜିବନୀ ବା ଅମୃତ ଫଳ ବୋଲି କୁହାଯାଏ । ଅଁଳା ଖାଇବା ଦ୍ବାରା ଅନେକ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ମିଳିଥାଏ । ମାତ୍ର ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଅଁଳା ଉପକାରୀ ହୋଇନଥାଏ । ଅଁଳାକୁ କଞ୍ଚା ଖାଇବା ସହିତ ଏଥିରୁ ପ୍ରସ୍ତୁତ ଆଚାର,ଲଡ଼ୁ ଆଦି ମଧ୍ୟ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟ ଲାଭ ବିଷୟରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଶୀତଦିନରେ ପ୍ରତିଦିନ ଅଁଳା ଖାଇବା ଦ୍ୱାରା,ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ । ଏଥିରେ କ୍ୟାଲସିୟମ,ଫାଇବର,ଭିଟାମିନ ସି,ପୋଟାସିୟମ,ଆଣ୍ଟି-ଅକ୍ସିଡ଼ାଣ୍ଟ ଭଳି ଅନେକ ପୋଷାକ ତତ୍ୱ ଭରି ରହିଥାଏ । ପ୍ରତିଦିନ ଏକ ଅଁଳା ଖାଇବା ଦ୍ୱାରା,ଏହା ହୃଦୟ କ୍ୟାନ୍ସର, ମଧୁମେୟ,ବୟସ ସମ୍ବନ୍ଧୀୟ ରୋଗ ବେମାରକୁ କମ କରିବାରେ ସାହାଯ୍ୟ କରେ ।

ଡ଼ାଇବେଟିସ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ଅଁଳା । ଏହା ବ୍ଲଡ଼ ସୁଗାର ଲେବୁଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଇମ୍ୟୁନିଟିକୁ ମଜବୁତ କରିବାରେ ଏହା ବେଶ ସହାୟକ ହୋଇଥାଏ । ନିୟମିତ କଞ୍ଚା ଅଁଳା ଖାଇବା କିମ୍ବା ଏହାର ରସ ପିଇବା କେବଳ ପାଟିର ସ୍ୱାସ୍ଥ୍ୟକୁ ବଜାୟ ରଖେ ନାହିଁ, ମାଢ଼ି ସୁସ୍ଥ ରହିଥାଏ ଏବଂ ନିଶ୍ୱାସ-ପ୍ରଶ୍ୱାସରେ ଆସୁଥିବା ଦୁର୍ଗନ୍ଧ ସମସ୍ୟା ମଧ୍ୟ କମିଯାଏ । ଅଁଳା ଏକ ଫାଇବ୍ରସ୍ ଫଳ ଯାହା ଫାଇବରରେ ଭରପୂର । ତେଣୁ ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ

ଅଁଳା ଜୁସ୍ ପିଇବା ଦ୍ୱାରା ଖାଉଥିବା ଖଦ୍ୟରୁ ପୋଷକ ତତ୍ତ୍ୱର ଉତ୍ତମ ଅବଶୋଷଣ ହୋଇଥାଏ । ଏହାର ନିୟମିତ ବ୍ୟବହାର କୋଲେଷ୍ଟ୍ରଲ ଏବଂ ହୃଦରୋଗରେ ଆରାମ ଦେଇଥାଏ । ଶରୀରରେ ଥିବା କ୍ଷତିକାରକ ପଦାର୍ଥକୁ ବାହାର କରିବାରେ ଅଁଳା ମଧ୍ୟ ସାହାର୍ଯ୍ୟ କରେ ।

Leave A Reply

Your email address will not be published.