Latest Odisha News

BREAKING NEWS

ଗାଲାକ୍ସି ପ୍ଲାଜାରେ ଲାଗିଗଲା ନିଆଁ: ଜୀବନ ବଞ୍ଚାଇବା ପାଇଁ ତିନି ମହଲାରୁ ଡେଇଁ ପଡ଼ିଲେ ଲୋକେ

ନୂଆଦିଲ୍ଲୀ:ଗ୍ରେଟର ନଏଡାର ଗୌର ସିଟି ଅଞ୍ଚଳରେ ଥିବା ଗାଲାକ୍ସି ପ୍ଲାଜାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଛି । ନିଆଁ ଏତେ ଭୟଙ୍କର ଭାବେ ବ୍ୟାପି ଯାଇଛି ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ବାଟ ନ ପାଇ ତିନିମହଲାରୁ ଡେଇଁ ପଡିଛନ୍ତି ।

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କୋଠାର ତିନି ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା । ପରେ ଏହା ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା । ଏହାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଏହି କୋଠାରେ ରହୁଥିବା ଲୋକେ ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ତିନିମହଲାରୁ ଡେଇଁ ପଡୁଛନ୍ତି । ୫ମକ ମହଲାରୁ ମଧ୍ୟ ଲୋକ ଡେଇଁ ପଡୁଥିବା ଦେଖିବାକୁ ମିଳିଛି । କିଛି ଲୋକ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ହୋଇପଡିଛି ।

ପରେ ଡେଉଁଥିବା ଲୋକଙ୍କ ପାଇଁ ତଳେ ଗଦି ବିଛା ଯାଇଥିବା ଦୃଶ୍ୟ ବି ଏହି ଭିଡିଓରେ ଦେଖିବାକୁ ମିଳିଛି । ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିବା ଜଣାଯାଇଛି ।

Leave A Reply

Your email address will not be published.