Latest Odisha News

BREAKING NEWS

କୃଷି ଆଇନ୍ ବିରୋଧରେ ଗର୍ଜିଲେ ନୀଳଗିରି ଚାଷୀ, ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦେଲେ ସ୍ମାରକପତ୍ର

ନୀଳଗିରି : କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ବାଲେଶ୍ବର ଜିଲ୍ଲା ନୀଳଗିରି କୃଷକ ସଂଘର୍ଷ ସମନ୍ବୟ ସମିତିର ବିଶାଳ ଶୋଭାଯାତ୍ରା । ନୀଳଗିରି ରାଜବାଟୀଠାରୁ ଶତାଧିକ ଚାଷୀ ଏବଂ କୃଷକ ନେତାମାନେ ବିଭିନ୍ନ ନାରା ଦେଇ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ ।

କୃଷି ଆଇନ୍ ପ୍ରତ୍ୟାହାର ସହ ଧାନ କ୍ବିଇଣ୍ଟାଲ ପିଛା ୧୦୦୦ ଟଙ୍କା ବୋନସ ଦେବାକୁ ସେମାନେ ଦାବି କରିଛନ୍ତି । କଂଗ୍ରେସ, ସିପିଆଇ, ସିପିଆଇଏମ୍ ଦଳ ଏହି ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି । ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବର୍ଷିଆନ ଚାଷୀ ନେତା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ।

ଶୋଭାଯାତ୍ରାରେ ଶତାଧିକ ଚାଷୀମାନେ ଯୋଗଦାନ କରିଥିଲେ । ପରେ ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । 

 

Leave A Reply

Your email address will not be published.