Latest Odisha News

BREAKING NEWS

ଷଷ୍ଠ ଥର ବିବାହ କଲେ ପାମେଲା ଆଣ୍ଡରସନ: ଏଥର ନିଜ ବଡିଗାର୍ଡଙ୍କୁ କଲେ ଜୀବନସାଥୀ

ନ୍ୟୁୟର୍କ: ଅଭିନେତ୍ରୀ ତଥା ପ୍ଲେବୟ ମଡେଲ ପାମେଲା ଆଣ୍ଡରସନ ପୁନର୍ବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହା ତାଙ୍କର ଷଷ୍ଠ ବିବାହ । ଏଥର ସେ ତାଙ୍କ ବଡିଗାର୍ଡ ଡ୍ୟାନ ହେହେର୍ଷ୍ଟଙ୍କୁ ଜୀବନସାଥୀ ଭାବେ ଚୟନ କରିଛନ୍ତି । ୧୯୯୫ରେ ପାମେଲା ଟମ ଲୀଙ୍କ ସହ ପ୍ରଥମ ବିବାହ କରିଥିଲେ । ତାଙ୍କର ୨ଟି ସନ୍ତାନ ଅଛନ୍ତି । ୧୯୯୮ରେ ଏହି ବିବାହ ଭାଙ୍ଗି ଯାଇଥିଲା । ୨୦୦୬ରେ ସେ କିଡ ରକଙ୍କୁ ବିବାହ କରିଥିଲେ । ଏହା ବି ବେଶୀ ଦିନ ଚାଲି ନ ଥିଲା । ୨୦୦୭ରେ ରିକ ସେଲୋମ୍ୟାନଙ୍କୁ ବିବାହ କରିଥିଲେ । ୨୦୦୮ରେ ଏହି ବିବାହ ଭାଙ୍ଗି ଯାଇଥିଲା, ୨୦୧୪ଉଭୟ ପୁନଃ ବିବାହ କରିଥିଲେ ମଧ୍ୟ ଏହା ୨୦୧୫ରେ ବିଚ୍ଛେଦର ରୂପ ନେଇଥିଲା ।

୨୦୨୦ରେ ଏହି ବେୱାଚ ଷ୍ଟାର ଜନ ପିଟର୍ସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା । ମାତ୍ର ୧୨ ଦିନ ମଧ୍ୟରେ ଏହା ଭାଙ୍ଗି ଯାଇଥିଲା । ଏହା ବ୍ୟତୀତ ୱିକିଲିକ୍ସ ଫାଉଣ୍ଡର ଜୁଲିୟନ ଆସେଂଞ୍ଜଙ୍କ ସହ ତାଙ୍କ ସମ୍ପର୍କ ନେଇ ଆଲୋଚନା ଚାଲିଥିଲା । ଯେଉଁ ସ୍ଥାନରେ ମୋ ଜେଜେ ବାପା-ମାଆ ଏବଂ ବାପା-ମାଆ ବିବାହ କରିଥିଲେ ସେଠାରେ ମୁଁ ଏହି ବିବାହ କରୁଥିବାରୁ ଆଶା କରୁଛି ଆମ ସମ୍ପର୍କ ବେଶୀ ଦିନ ତିଷ୍ଠିବ ବୋଲି ପାମେଲା କହିଛନ୍ତି ।

Leave A Reply

Your email address will not be published.