Latest Odisha News

BREAKING NEWS

ସବୁ ଟୋଲ ପ୍ଲାଜା ଓ ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ତୁଟୁନି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି କୃଷକ ସଂଗଠନ । ଆଜି ସବୁ ଟୋଲ୍ ପ୍ଲାଜା ଘେରାଉକରୁଛନ୍ତି ଆନ୍ଦୋଳନକାରୀ ଚାଷୀ । ରିଲାଏନ୍ସ ଓ ଆଦାନୀର ଟୋଲ ପ୍ଲାଜାକୁ ଫ୍ରି କରୁଛନ୍ତି । ଏହାସହ ଦିଲ୍ଲୀ-ଜୟପୁର ରୋଡ୍ ଅବରୋଧ କରୁଛନ୍ତି କୃଷକ ସଂଗଠନ ।

ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ଟୋଲ ପ୍ଲାଜାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଆସନ୍ତା ୧୪ତାରିଖରେ ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ବିଜେପି ନେତାଙ୍କ ବାସଭବନ ଘେରାଉ କରିବେ ।

ଗତ ୯ ତାରିଖରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ କୃଷ୍କ ସଂଗଠନ । ନିଜ ଜିଦରେ ଅଟଳ ଅଛନ୍ତି । ନୂଆ କୃଷି ବିଲକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି ଜୋହରାଇବା ସହ ଆନ୍ଧୋଲନକୁ ଜୋରଦାର କରିବାକୁ ଚେତେଇ ଦେଇଥିଲେ ।

Leave A Reply

Your email address will not be published.