Latest Odisha News

ପବନରେ ହେବ ଆଳୁଚାଷ, ଆସନ୍ତୁ ଜାଣିବା କିପରି କରିହେବ ଏହି ଚାଷ…

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ଆସିଲା ନୂଆ ଟେକ୍ନୋଲୋଜି । ଏଣିକି କ୍ଷତି ସହିବେନି ଆଳୁଚାଷୀ  । ଭଲ ଆଳୁ ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ପଡ଼ିବନି ଜମି କି ଉର୍ବର ମାଟି  । ଏଥର ପବନରେ କରିବେ ଆଳୁଚାଷ  । ଆପଣମାନେ ଜାଣିଥିବେ ଆଳୁ ଚାଷ ସାଧାରଣତଃ ମାଟିରେ ଭଲ ଫସଲ ହୋଇଥାଏ। କଣ ଆପଣମାନେ ଜାଣିଛନ୍ତି ପବନରେ ମଧ୍ୟ ଆଳୁଚାଷ ହୋଇପାରିବ । ଏରୋପୋନିକ କୌଶଳ ଆପଣାଇ ବାୟୁରେ କରିପାରିବେ ଆଳୁଚାଷ  । ଏହା କର୍ଣ୍ଣଲ ଆଳୁ ଟେକ୍ନୋଲୋଜି କେନ୍ଦ୍ର ପକ୍ଷରୁ ଉଦ୍ଭାବିତ ହୋଇଛି  । ସରକାର ମଧ୍ୟ ଏହି କୌଶଳକୁ ଅନୁମୋଦନ କରିଛନ୍ତି  ।

ଆଳୁ ଚାଷକୁ ନେଇ ଚିନ୍ତାରେ ରହୁଥିବା ଚାଷୀ ମାନେ ଏବେ ଏହି ଉପାୟ ଆପଣାଇ ସୁରୁଖୁରରେ ଚାଷ କରିପାରିବେ  । ମାଟିର ଉର୍ବରତାକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ ଚାଷୀ  । ମାତ୍ର ମାଟିରେ ଖଣିଜତତ୍ତ୍ବ ଯଥା ପରିମାଣରେ ନଥିଲେ ଆଳୁ ଭଲ ହୋଇନଥାଏ  । ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି  । ମାତ୍ର ଚାଷୀଙ୍କ ଦୁଃଖ କଷ୍ଟର ଲାଘବ ସାଜିବ ଏହି ଏରୋପୋନିକ କୌଶଳ ।

ହରିୟାଣାସ୍ଥିତ ଆଳୁ ଗବେଷଣା କେନ୍ଦ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା କରି ଗବେଷକ ସଫଳ ହୋଇଛନ୍ତି। ଗବେଷକ କହିଛନ୍ତି, ଯେ ମାଟିରେ ଆଳୁ ଚାଷ କଲେ କ୍ଷୟକ୍ଷତି ଅଧିକ ହେଉଛି। ମାଟିରେ ଥିବା ଜୀବାଣୁ ଆକ୍ରମଣରୁ ଆଳୁକୁ ସୁରକ୍ଷିତ ଭାବେ ଚାଷ କରିବା ଆଦୌ ସହଜ ନୁହେଁ। ଚାଷୀମାନେ ଖୁବ୍ କମ୍ ଅର୍ଥ ବିନିଯୋଗ କରି ଏଥିରୁ ଲାଭବାନ୍ ହୋଇପାରିବେ। ଏହି ପ୍ରକ୍ରିୟାରେ ଆଳୁ ଚାଷ ଝୁଲନ୍ତା ଭାବେ କରାଯିବ । ଫଳରେ ଚାଷୀମାନେ ଝୁଲୁଥିବା ଚେରରେ ସଠିକ୍‌ ଭାବେ ପୁଷ୍ଟିକର ଖାଦ୍ୟ ଦିଆଯାଇପାରିବ  । ଫଳରେ ଆଳୁ ଭଲ ଭାବେ ବଢ଼ିପାରିବ  ।

ମଧ୍ୟପ୍ରଦେଶ ଚାଷୀମାନଙ୍କୁ ଏହି ଚାଷ କରିବା ପାଇଁ ମିଳିଛି ଲାଇସେନ୍ସ  । ତେଣୁ ସେମାନେ ଏହି ଉପାୟରେ ଚାଷ କରିବାକୁ ତାଲିମ ନେବା ଆରମ୍ଭ କରିଛନ୍ତି । ଖୁବ୍ ଶୀଘ୍ର ଦେଶର ପ୍ରତ୍ୟେକ ପ୍ରାନ୍ତରେ ଏରୋପୋନିକ୍ ମାଧ୍ୟମରେ ଆଳୁ ଚାଷ କରାଯିବା ଯୋଜନା ଚାଲିଛି।

 

Leave A Reply

Your email address will not be published.