Latest Odisha News

BREAKING NEWS

ବଜ୍ରକାପ୍ତା ବିକ୍ରି ନେଇ NH କଡ଼ରେ ଚାଲିଥିଲା ଡିଲ୍, ମାଡ଼ି ବସିଲା STF

ଭୁବନେଶ୍ୱର: ଜାତୀୟ ରାଜପଥ ୧୬ କଡ଼ରୁ ଡିଲ୍ ବେଳେ ଜବତ ହେଲା ବଜ୍ରକାପ୍ତା । ବୁଧବାର ସକାଳେ ଏସଟିଏଫ୍ ଓ ବନ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଛନ୍ତି । ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ଚାଲିଥିବା ସୂଚନା ମିଳିବା ପରେ ଏସଟିଏଫ୍ ଓ ବନ ବିଭାଗ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜାତୀୟ ରାଜପଥ ୧୬ ନିକଟ ବ୍ରାହ୍ମଣୀ ଛକ ନିକଟରେ ଚଢ଼ାଉ କରିଥିଲା । ମାମଲାରେ ବାଲୁଗାଁ ଥାନା ଅଞ୍ଚଳର ଜୟକୃଷ୍ଣ ତରାଇ ଗିରଫ ହୋଇଛନ୍ତି ।

ତାଙ୍କ ବିରୋଧରେ ଏସଟିଏଫ୍ ବନ୍ୟ ପଶୁ ସୁରକ୍ଷା ଆଇନ୍ ୧୯୭୨ ଅନୁସାରେ ମାମଲା ରୁଜୁ କରିଛି । ଜବତ ବଜ୍ରକାପ୍ତାକୁ ଏସଟିଏଫ୍ ଖୋର୍ଦ୍ଧା ଜିଲ୍ଲା ବନ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.