Latest Odisha News

BREAKING NEWS

‘ବୟନିକା’ ଦ୍ୱାରା ଆୟୋଜିତ ‘ଫ୍ୟାସନ ସୋ’ ଉଦ୍‌ଘାଟିତ

ଭୁବନେଶ୍ୱର : ଅଗଷ୍ଟ ୭ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ ନବମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଏକାମ୍ର ହାଟଠାରେ ‘ବୟନିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ଫ୍ୟାସନ ସୋ’ ଅନୁଷ୍ଠିତ ହୋଇଯାଇଛି ।

‘ଥ୍ରେଡ୍‌ସ ଅଫ୍ ଟ୍ରାଡିସନ୍‌’ ଶୀର୍ଷକରେ ଆୟୋଜିତ ଏହି ଫ୍ୟାସନ ଶୋକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ ଉଦ୍‌ଘାଟନ କରିଥିଲେ ।  ଆମ ବୟନ ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିଛି । ପୁରୁଷାନୁକ୍ରମେ ବୟନଶିଳ୍ପୀଙ୍କ ଅନନ୍ୟ ଦକ୍ଷତା ଓ ସୃଜନଶୀଳତା ପାଇଁ ବୁଣାକାରମାନଙ୍କୁ ସହାୟତା ଓ ସମର୍ଥନ ମିଳିପାରୁଛି । ରାଜ୍ୟର ଉତ୍କୃଷ୍ଟ ହସ୍ତତନ୍ତ ପରମ୍ପରା ଲକ୍ଷଲକ୍ଷ ବୁଣାକାରମାନଙ୍କ ଜୀବନ ଜୀବିକାରେ ସହାୟକ ହୋଇପାରିଛି । ଆମର ହସ୍ତତନ୍ତ ପରଂପରାର ଗୁରୁତ୍ୱ ସମ୍ପର୍କରେ ସଚେତନତା ଜାଗ୍ରତ ସହିତ ଦେଶର ସାମାଜିକ-ଅର୍ଥନୈତିକ ଉନ୍ନତିରେ ସହାୟକ ହୋଇ ପାରିବ ବୋଲି ଶ୍ରୀ ପାଢ଼ୀ ମତବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନସଚିବ ଉଷା ପାଢୀ, ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ନେସ୍‌ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍‌ନୋଲୋଜିର ନିର୍ଦ୍ଦେଶକ ରାଜେଶ କୁମାର ଝା, ବୟନିକାର ପରିଚାଳନା ନିର୍ଦ୍ଦେଶକ ତଥା ହସ୍ତତନ୍ତ ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.