Latest Odisha News

BREAKING NEWS

ଓଡ଼ିଶାରେ ଆଉ ୨ଟି ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶା ପାଇଁ ୨ଟି ନୂଆ ରେଳ ପ୍ରକଳ୍ପ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ୨ଟି ନୂଆ ରେଳ ଲାଇନ୍ କାର୍ଯ୍ୟ ଆରମ୍ଭ ହେବ ।

ଏନେଇ ରେଳ ମନ୍ତ୍ରଣାଳୟ (ପୂର୍ବତଟ ରେଲୱେ-ନିର୍ମାଣ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ଭାବେ ଅନୁମୋଦିତ ପ୍ରକଳ୍ପରେ ତାଳଚେର ଓ ଅନୁଗୁଳ ମଧ୍ୟରେ ନୂଆ ରେଳ ଲାଇନ୍ ବିଛାଯିବ । ଯେଉଁଥିରେ ତାଳଚେରରେ ୱାଇ କନେକ୍ସନ ରହିବ ।

ସେହିଭଳି ବରଗଡ଼ ରୋଡରୁ ନୂଆପଡ଼ା ରୋଡ୍ ମଧ୍ୟରେ ନୂଆ ରେଳ ଲାଇନ୍ ସୃଷ୍ଟି ହେବ । ପୂର୍ବତଟ ରେଲୱେ ଅଧିନରେ ଏହି ୨ଟି ନୂଆ ରେଳ ଲାଇନ୍ ଆସିବ । ଅନୁଗୁଳ-ତାଳଚେର ରେଳ ଲାଇନ୍ ଲମ୍ବ ୧୬.୫୦ କିଲୋମିଟର ଥିବା ବେଳେ ବରଗଡ଼ ରୋଡରୁ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନର ଲମ୍ବ ୧୪୨ କିଲୋମିଟର ।

Leave A Reply

Your email address will not be published.