Latest Odisha News

BREAKING NEWS

କେନ୍ଦୁଝର ଗୁଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାପ-ଝିଅ ମୃତ

ଆନନ୍ଦପୁର: କେନ୍ଦୁଝର ଗୁଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ବାପ-ଝିଅ ମୃତ। ରୁଗୁଡ଼ି ଥାନା ଠାରୁ ଅଳ୍ପ ଦୂର ଏନ୍ ଏଚ୍ ୫୨୦ରେ ଏଭଳି ଅଘଟଣ ଘଟିଛି ।

ମୃତକମାନେ ହେଲେ, ବଲାଣୀ ଥାନା ଲସର୍ଦା ଵୁରୁ ସାହିର ରାମ ସିଂ ମୁଣ୍ଡା ଓ ତାଙ୍କ ଝିଅ ତୁରୀ ମୁଣ୍ଡା । ଉଭୟ ଏକ ବାଇକ୍ ଯୋଗେ ଗୁଗୁଡ଼ିରୁ ନିଜ ଗାଁ ଲସର୍ଦା ଅଭିମୁଖେ ଫେରୁଥିଲେ। ଏହି ସମୟରେ ଲୁହାପଥର ବୋଝେଇ ଟ୍ରଲରଟି ତାଙ୍କ ବାଇକକୁ ଧକ୍କାଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଭୟଙ୍କର ମୃତ୍ୟୁ ଘଟିଥିଲା । ଗୁଗୁଡ଼ି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.