Latest Odisha News

ବାପା ମାଙ୍କୁ ହାଣିଲା ପୁଅ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବସିରା ଗ୍ରାମରେ ଅଘଟଣ। ପୁଅର ଟାଙ୍ଗିଆ ଚୋଟରେ ଯାଇଛି ବାପା ଓ ମାଙ୍କର ଜୀବନ। ଘଟଣା ସ୍ଥଳରେ ବାପା ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ସେହିପରି ଚିକିତ୍ସାଧିନ ଅବସ୍ଥାରେ ମା ପାଲ ମୁଣ୍ଡାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଖବର ଅନୁସାରେ, ଆଜି ସକାଳ ପ୍ରାୟ ୭ ଟା ସମୟରେ ବସିରା ଗ୍ରାମର ଗୁରୁଚରଣ ମୁଣ୍ଡାଙ୍କ ପୁଅ ଧ୍ୟାନ ମୁଣ୍ଡା ଟାଙ୍ଗିଆ ଦ୍ୱାରା ଆକ୍ରମଣ କରିବାରୁ ଟାଙ୍ଗିଆ ଚୋଟରେ ବାପା ଗୁରୁଚରଣ ଓ ମା ପାଲ ମୁଣ୍ଡାଙ୍କ ମୃତ୍ଯୁ ଘଟିଛି। ସକାଳେ ଧ୍ୟାନ ଘର ଅଗଣାରେ କାଠ କାଟୁଥିବା ସମୟରେ ବାପା ବାରଣ କରିବାରୁ ପ୍ରଥମେ ବାପାଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରିଥିବାବେଳେ ମା ଛଡ଼ାଇବାକୁ ଆସି ଆକ୍ରମଣର ଶିକାର ହୋଇ ଥିଲେ। ଘଟଣା ସ୍ଥଳରେ ବାପା ଗୁରୁଚରଣଙ୍କ ମୃତ୍ଯୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ମା ପାଲ ମୁଣ୍ଡାକୁ ଘର ପାଖ ଲୋକ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଥିବା ଜଣାପଡିଛି। ଖବର ପାଇ ଚମ୍ପୁଆ ଥାନା ଅଧିକାରିଣୀ ଦେବକୀ ନାଏକ ଓ ଏସଡିପିଓ ବିଜୟ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।ଗତ କିଛି ବର୍ଷ ହେବ ଧ୍ୟାନର ସ୍ତ୍ରୀ ସଂସଦ ଘର ଛାଡି ଅନ୍ୟତ୍ର ରହୁଥିବା ବେଳେ ଘରେ ଧ୍ୟାନ ତାର ବାପା ମାଁ ଓ ଦୁଇପୁଅଙ୍କ ସହ ରହି ଆସୁଥିଲେ। ତେବେ କିଛିଦିନ ହେବ ଧ୍ୟାନର ମାନସିକ ସ୍ଥିତି ଭଲ ନ ଥିବା ବେଳେ ସେ ବହୁ ସମୟ ଘର ଭିତରେ ନିଜେ ଏକୁଟିଆ ରହି ଆସୁଥିଲା।

Leave A Reply

Your email address will not be published.