Latest Odisha News

BREAKING NEWS

ଲକ୍ଷ୍ନୌକୁ ୨୦ ରନରେ ହରାଇଲା ରାଜସ୍ଥାନ

ଜୟପୁର: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୨୦ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ଏଥିସହ ରାଜସ୍ଥାନ ଟିମ ତାର ବିଜୟ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା । ଅଧିନାୟକ ସଞ୍ଜୁ ସାମସନ ୫୨ ବଲରୁ ୮୨ ରନ କରି ଅପରାଜିତ ରହିଥିବା ବେଳେ ରିୟାନ ପରାଗ ଦ୍ରୁତ ୪୩ ରନ କରିଥିଲେ । ଧ୍ରୁବ ଜୁରେଲ ୧୨ ବଲରୁ ୨୦ ରନ ସଂଗ୍ରହ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ମୋହଶିନ ଖାଁ ଓ ରବି ବିଶ୍ନୋଇ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଜବାବରେ ଲକ୍ଷ୍ନୌ ୨୦ ଓଭରରେ ୬ ୱିକେଟ ହରାଇ ୧୭୩ ରନ କରିବାକୁ ସକ୍ଷମ ହୋଇଥିଲା । କେଏଲ ରାହୁଲ ୫୮ ରନ କରି ଆଉଟ ହୋଇଥିବା ବେଳେ ନିକୋଲସ ପୂରନ ୬୪ ରନ କରି ଅପରାଜିତ ରହିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦଳର ପରାଜୟର କାରଣ ସାଜିଥିଲା । ଟ୍ରେଂଟ ବୋଲ୍ଟ ୨ଟି ୱିକେଟ ନେଇଥିବା ବେଳେ ନାନ୍ଦ୍ରେ ବର୍ଗର, ଆର.ଅଶ୍ୱୀନ ଓ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Leave A Reply

Your email address will not be published.