ବ୍ରହ୍ମପୁର: ଦୀପାବଳି ପାଳନ ଭିତରେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ ଘଟି ଯାଇଛି ଏକ ବଡ଼ ଅଘଟଣ। ପୁଅର ଛୁରା ମାଡ଼ରେ ବାପାଙ୍କ ଜୀବନ ଚାଲିଯାଇଛି। ଘଟଣା ପରେ ପୁଅ ଚମ୍ପଟ ମାରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ବେଳେ ପଢ଼ାଳ ଗ୍ରାମର ଦେବରାଜ ନାହାକ(୬୪ )ଓ ତାଙ୍କ ପୁଅ ଅରୁଣ ନାହାକ(୩୩)ଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଝଗଡ଼ା ଲାଗି ରହିଥିଲା। ଉତ୍କ୍ଷୀପ୍ତ ହୋଇ ପୁଅ ଅରୁଣ ଏକ ଛୁରିରେ ବାପା ଦେବରାଜଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦେବରାଜ ଛଟପଟ ହେଉଥିବା ବେଳେ ଅରୁଣ ଫେରାର୍ ହୋଇଯାଇଥିଲେ। ଦେବରାଜଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଆସିକା ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମଙ୍ଗଳବାର ଦେବରାଜଙ୍କ ଶବର ପଞ୍ଚନାମା କରାଯିବା ସହିତ ଘଟଣାସ୍ଥଳକୁ ଫରେନ୍ସିକ୍ ଟିମ୍ ଯାଇ ତଦନ୍ତ କରୁଥିବା ଆସିକା ଆଇଆଇସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅରୁଣଙ୍କ ଗିରଫ ପାଇଁ ଉଦ୍ୟମ ଚାଲିଥିବା ସେ ପ୍ରକାଶ କରିଛନ୍ତି।
BREAKING NEWS
- ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଇରାନର ବଡ଼ ନିଷ୍ପତ୍ତି: ଭାରତ, ଚୀନ୍, ଇରାକ୍ ଓ କାତାରର ଜାହାଜଗୁଡ଼ିକ ହର୍ମୂର୍ଜ ପ୍ରଣାଳୀରେ ପାଇଲେ ବିଶେଷ କୋହଳ
- ୪୩ ବର୍ଷର ଦୀର୍ଘ ଆଇନଗତ ବିବାଦର ଅନ୍ତ, ସରକାରୀ ଜମି ଉପନର ଘରୋଇ ବ୍ୟକ୍ତିଙ୍କ ଦାବିକୁ ରାଜସ୍ୱ ପର୍ଷଦ ସଦସ୍ୟ କଲେ ଖାରଜ
- ରାତି ପାହିଲେ ଆନ୍ଧ୍ରର କୋଟିଆ ଭୋଟ୍, କୋଟିଆରୁ ଫେରିଗଲେ ପୋଲିଂ ପାର୍ଟି
- ୭ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା
- ବାତ୍ୟା ‘ଅର୍ଣ୍ଣବ’ ପରେ ଭୂସ୍ଖଳନ: ପାହାଡ଼ିଆ ଅଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବେ ରାଜ୍ୟ ସରକାର
- ପ୍ରଶଂସକଙ୍କ ହୃଦୟ ଜିତିଲା ଗୀତ ‘ତେରି ସେକ୍ସି ବ୍ୟୁଟି’, ୧୧ ବର୍ଷ ପରେ ଗାୟକ ଭାବେ ଫେରିଲେ ଭାଇଜାନ
- ସିଏସକେର କୋଚିଂ ଷ୍ଟାଫରେ ସାମିଲ ହେବା ନେଇ ଆଗ୍ରହ ପ୍ରକାଶ କଲେ ମିଷ୍ଟର ଆଇପିଏଲ
- ବନ୍ୟା ବିପନ୍ନଙ୍କୁ ନେଇ ରାଜନୈତିକ ଲଢ଼େଇ: ଲୋକଙ୍କ ଦୁଃଖ ବଢ଼ାଉଛି ନେତାଙ୍କ ବୟାନବାଜୀ
- କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ ହେବ ପଣ୍ଡ, ମୁତୟନ ହେଲା ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ
- ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର
Comments are closed.