Latest Odisha News

ଗପ ଲାଗୁଥିଲେ ବି ସତ, ପିଲାଟର ନାଁ “ABCD EFGH IJK”

ଓଡିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ସମସ୍ତେ ଜନ୍ମ ହେବା ପରେ ନିଜନିଜ ନାଁକୁ ନେଇ ପରିଚୟ ହାସଲ କରିଥାନ୍ତି । ନାମକରଣ ମାମଲାରେ ପରିବାର ଲୋକେ ବେଶ ଭାବିଚିନ୍ତି ନିଷ୍ପତ୍ତି ନେଇଥାନ୍ତି । ପ୍ରତ୍ୟକ ବ୍ୟକ୍ତିଙ୍କ ନାଁ ପଛରେ କିଛି ନା କିଛି ଅର୍ଥ ରହିଥାଏ । ହେଲେ ନିକଟରେ ସୁମାତ୍ରାର ଜଣେ ବ୍ୟକ୍ତି ନିଜ ପୁଅର ଏପରି ଏକ ନାମକରଣ କରିଛନ୍ତି ଯାହାକୁ ଜାଣିଲେ ଆପଣ ବି ଚକିତ ହେବେ ।

ଇଣ୍ଡୋନେସିଆ ସୁମାତ୍ରାର ଜଣେ ବ୍ୟକ୍ତି ଇଂରାଜୀ ଆଲ୍‌ଫାବେଟ୍‌ର ପ୍ରଥମ ୧୧ଟି ଅକ୍ଷରକୁ ନେଇ ନିଜ ପୁଅର ନାମକରଣ କରିଛନ୍ତି । ଫଳସ୍ୱରୂପ ପିଲାଟି ABCD EFGH IJK ଭାବେ ପରିଚୟ ହାସଲ କରିଛି । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ଶତ ପ୍ରତିଶତ ସତ । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ୧୨ ବର୍ଷୀୟ ପିଲାଟି କୋଭିଡ୍ ଭାକ୍ସିନ୍ ନେବାକୁ କ୍ଲିନିକ୍ ଯାଇଥିଲା । ସେଠାରେ ଥିବା ଜଣେ ଚିକିତ୍ସା ଅଧିକାରୀ ସାର୍ଟିଫିକେଟରେ ଉଲ୍ଲେଖ ଥିବା ପିଲାଟିର ନାଁ ପଢି ଚକିତ ହୋଇଥିଲେ ।

ସାର୍ଟିଫିକେଟରେ ପିଲାଟିର ନାଁ ABCD EFGH IJK ZUZU ଲେଖାହୋଇଥିବା ଦେଖି ଡାକ୍ତର ତାଙ୍କ ବାପାଙ୍କୁ ଡକାଇ ଏପରି ନାମକରଣର କାରଣ ପଚାରିଥିଲେ । ପିଲାଟିର ବାପା ଉତ୍ତର ଦେଇଥିଲେ, “ମୁଁ ଜଣେ ଲେଖକ ହେବାକୁ ଚାହୁଁଥିଲି । ହେଲେ ତାହା ସମ୍ଭବ ହୋଇପାରିନଥିଲା । ଏବେ ମୋ ସ୍ୱପ୍ନକୁ ପୁଅ ପୂରଣ କରିବ । ସେଥିପାଇଁ ମୋ ପୁଅର ମୁଁ ଏଭଳି ନାଁ ରଖିଥିଲି । ଏହି ନାଁକୁ ବାଦ୍ ଦେଲେ ଘରେ ତାକୁ ଆମେ ଏଡେଫ୍ କହିଥାଉ ”

ପ୍ରଥମ ପୁଅକୁ ବାଦ୍ ଦେଲେ ବ୍ୟକ୍ତି ଜଣକ ଅନ୍ୟ ଦୁଇ ପୁଅଙ୍କ ନାଁ NOPQ RSTUV ଓ XYZ ରଖିବାକୁ ଚାହୁଁଥିଲେ । ହେଲେ ଘର ଲୋକେ ରାଜି ନହେବାରୁ ଲେମାନଙ୍କ ନାଁ ଅମ୍ମାର ଓ ଅତ୍ତୁର ରଖାଯାଇଛି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.