Latest Odisha News

BREAKING NEWS

ଆଜିଠୁ ସାରା ରାଜ୍ୟରେ ଫେବ୍ରୁଆରୀ ଗାଇଡ୍‌ଲାଇନ୍ ଲାଗୁ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ଲାଗୁ ହେବ ଫେବ୍ରୁଆରୀ ଗାଇଡ୍‌ଲାଇନ୍ । ଆଜିଠୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର । କରୋନା କଟକଣା ଭିତରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଅଙ୍ଗନବାଡ଼ି ଖୋଲିବ ନାହିଁ । ସକାଳ ୯ଟାରୁ ୧୧ଟା ୨ ଘଣ୍ଟା ପାଇଁ ଖୋଲିବ ଅଙ୍ଗନବାଡ଼ି । କରୋନା ପାଇଁ ୧୦ ମାସ ଧରି ବନ୍ଦ ରହିଥିଲା ଅଙ୍ଗନବାଡି ।

ସେହିପରି ବିବାହ ଓ ଶେଷକୃତ୍ୟରେ ଯୋଗଦେବାକୁ ୫ଶହ ଲୋକଙ୍କୁ ମିଳିବ ଅନୁମତି । ହେଲେ ବାହାଘର ରୋଷଣୀକୁ ବାରଣ କରାଯାଇଛି । ସାମାଜିକ, ସାଂସ୍କୃତିକ ସମାବେଶକୁ ଅନୁମତି ମିଳିଛି । ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ । କେନ୍ଦ୍ର ମାର୍ଗ ଦର୍ଶିକାରେ ଖୋଲିବ ସିନେମା ହଲ୍‌, ଥିଏଟର, ସୁଇମିଂ ପୁଲ୍ । ନୂଆ ଗାଇଡ୍‌ଜଲାଇନ ଫେବ୍ରୁଆରୀ ୨୮ ତାରିଖ ଯାଏ ଲାଗୁ ହେବ ।

Leave A Reply

Your email address will not be published.