Latest Odisha News

BREAKING NEWS

ଆମେଚର୍ ଟେନିକୋଏଟ୍ ଆସୋସିଏସନର ୩୩ତମ ବାର୍ଷିକ ସମ୍ମିଳନୀ

କଟକ: ଗ୍ରାମାଞ୍ଚଳରେ ଟେନିକୋଏଟ୍ କ୍ରୀଡ଼ାର ପ୍ରଚାର ପ୍ରସାର କରାଯିବ। ଆଗକୁ ହେବାକୁ ଥିବା ରାଜ୍ୟ ଟେନିକୋଏଟ୍ ପ୍ରତିଯୋଗିତା ପାଇଁ ବିଭିନ୍ନ ଖସଡ଼ାମାନ ପ୍ରସ୍ତୁତ କରାଯାଇଛି। ଏନେଇ ଆମେଚର୍ ଟେନିକୋଏଟ୍ ଆସୋସିଏସନ ୩୩ତମ ବାର୍ଷିକ ସମ୍ମିଳନୀରେ ପଦକ୍ଷେପ ଗ୍ରହଣ କରାଯାଇଛି।

ଓଡ଼ିଶା ଅଲମ୍ପିକ୍ ଆସୋସିଏସନ ପରିସରରେ ଥିବା ଆୟୋଜିତ ହୋଇଥିଲା ବାର୍ଷିକ ସମ୍ମିଳନୀ। ଏଥିରେ କେଉଁ ଜିଲ୍ଲାରେ ଖେଳ ହେବ ଏବଂ ଜାତୀୟ ଟିମ୍ ପାଇଁ ଖେଳାଳି ମନୋନୟନ କରାଯାଇଛି। ଏହାସହ କୋଚିଂ କ୍ୟାମ୍ପରେ ସ୍ଥାନ ନିରୂପଣ କରାଯାଇଛି। ଜାତୀୟ ଜୁନିଅର ଚମ୍ପିଆନସିପ୍ ଟୁର୍ଣ୍ଣାମେଣ୍ଟ ଓଡ଼ିଶାରେ ହେବାକୁ ସ୍ଥିର କରାଯାଇଛି।

ବିଶେଷକରି ଖେଳକୁ ଗ୍ରାମାଞ୍ଚଳ ସ୍ତରରେ ପ୍ରଚାର ପ୍ରସାର ଦିଗରେ ଅଧିକ ପ୍ରାଧାନ୍ୟ ଦିଆଯିବା ନେଇ କ୍ରୀଡ଼ା ବିଭାଗ ଏହା ଉପରେ ଗୁରୁତ୍ୱ ଦେଲେ ଖେଳାଳିମାନେ ଏହି ଖେଳ ପ୍ରତି ଆକୃଷ୍ଟ ହେବେ ବୋଲି ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ସିହ୍ନା ସୂଚନା ଦେଇଛନ୍ତି। ଆସୋସିଏସନର ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ସି.ଏଚ୍ ରାମମୋହନ ରାଓଙ୍କ ସହ ବହୁ ଅଧିକାରୀ, ଖେଳାଳି ଉପସ୍ଥିତ ଥିଲେ।

Leave A Reply

Your email address will not be published.