Latest Odisha News

BREAKING NEWS

ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚା

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ପରେ ବିଜେପି ମହିଳା ମୋର୍ଚା ପକ୍ଷରୁ ଗତକାଲିଠାରୁ ସାଂସଦଙ୍କ ଇସ୍ତଫା ଦାବି ହୋଇଛି । ଆଜି ମୋର୍ଚ୍ଚା ପକ୍ଷରୁ ମାଷ୍ଟରକଣ୍ଟିନ ଛକରେ ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

ସାଂସଦ ପ୍ରଥମେ ଇସ୍ତଫା ଦିଅନ୍ତୁ ଏବଂ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କୃତ କରନ୍ତୁ । ବିଜେଡି ମାଆକୁ ସମ୍ମାନର କଥା କହୁଥିବା ବେଳେ ସାଂସଦ ଅନୁଭବ ପତ୍ନୀ ବର୍ଷାଙ୍କ ପ୍ରତି କରୁଥିବା ଅବହେଳା ଓ ଅତ୍ୟାଚାରକୁ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି ।

Leave A Reply

Your email address will not be published.