Latest Odisha News

BREAKING NEWS

କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ: ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର: ସାରା ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସାମିଲ୍ ହୋଇ ସ୍ଥାନୀୟ ଲୋକ ସେବା ମାର୍ଗରେ ଅବସ୍ଥିତ ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛି ।

ମଣ୍ଡଳୀ ପକ୍ଷରୁ ଏକ ପ୍ରତିନିଧି ଦଳ ବୁଧବାର ଦିନ ଭୁବନେଶ୍ୱର ଏ. ଡି. ଏମ୍‌. ଶ୍ରୀ ପ୍ରଫୁଲ କୁମାର ସ୍ୱାଇଁଙ୍କୁ ଭେଟି ୫ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ ।

ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ମହାମାରୀକୁ ପ୍ରତିହତ କରିବା ନିମନ୍ତେ ନେଇଥିବା ସମସ୍ତ ପଦକ୍ଷେପକୁ ଆମ ମଣ୍ଡଳୀ ସ୍ୱାଗତ କରିବା ସହିତ ସମର୍ଥନ ମଧ୍ୟ ଜଣାଏ ଓ ଏଥିନିମନ୍ତେ ମଣ୍ଡଳୀର ସମସ୍ତ ଉପାସନା କାର୍ଯ୍ୟକ୍ରମକୁ ମାର୍ଚ୍ଚ ୧୫ ତାରିଖଠାରୁ ବନ୍ଦ ରଖା ଯାଇଛି ବୋଲି ମଣ୍ଡଳୀର ସମ୍ପାଦକ ପରେଶ ଦାସ କହିଥିଲେ ।

ମଣ୍ଡଳୀ ପକ୍ଷରୁ ଦାନ କରାଯାଇଥିବା ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା କୋଭିଡ୍‌-୧୯ ହସ୍ପିଟାଲ୍ ପରିଚାଳନା ନିମନ୍ତେ ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ଦାସ କହିଥିଲେ ।

ଏହି ପ୍ରତିନିଧି ଦଳରେ ମଣ୍ଡଳୀର ପାଳକ ଆଚାର୍ଯ୍ୟ ଅୟୁବ ଛିଂଚାଣୀ, ଆଚାର୍ଯ୍ୟ ସଂଗ୍ରାମ କେଶରୀ ସିଂ, ଚର୍ଚ୍ଚ୍ ବୋର୍ଡ୍ ସଭ୍ୟ ବିଭୁତି ରଂଜନ୍ ସେନ୍ ଓ ସାନ୍ତନୁ କୁମାର ରାଉତ, ରାଜ୍ ଶେଖର ସାହୁ, ରାଜବଲ୍ଲଭ ସୁପକାର, ରଞ୍ଜନ ନାୟକ, ରଞ୍ଜନ ଗାନ୍‌, ଅମିତ ନାୟକ, ସଞ୍ଜୟ ସାମନ୍ତରାୟ ଓ ବି. ଅର୍ପନ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.