Latest Odisha News

BREAKING NEWS

ରାନୁ ମଣ୍ଡଳଙ୍କ ପରେ ସନ୍ନି ବାବା, ଭିଡିଓ ଭାଇରାଲ୍‌ !

ବିହାର: ଖୋଦ ନିଜେ ନିଜର ପରିଚୟ ଜାଣିଥାନ୍ତି ପ୍ରତିଭାଶାଳୀ ଲୋକ । ନିକଟରେ ରାନୁ ମଣ୍ଡଳ ଇଣ୍ଟରନେଟ୍‌ରେ ଭାଇରାଲ୍ ହେବା ପରେ ଏହାର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଥିଲା । ହେଲେ ଏବେ ରାନୁ ମଣ୍ଡଳଙ୍କ ପରେ ସାମ୍ନାକୁ ଆସିଛନ୍ତି ସନ୍ନି ବାବା । ଯାହାଙ୍କ ଇଂଲିଶ ଗାୟକୀ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ପଟନାରେ ରହୁଥିବା ଏହି ଭିକାରୀଙ୍କ ନାଁ ହେଉଛି ସନ୍ନି ବାବା । ଯିଏ ଫଟାଫଟ୍ ଇଂରାଜି କହିବା ସହ ପପୁଲାର ଇଂଲିଶ ଗୀତ ବି ଗାଉଛନ୍ତି । ଭିଡିଓରେ ସନ୍ନି ବାବା ଏକାଧିକ ପ୍ରଶ୍ନର ଉତ୍ତର ବିନ୍ଦାସ୍ ଇଂରାଜି ଭାଷାରେ ଦେଇଥିଲେ ।

ଏହା ପରେ ଲୋକଙ୍କ ଅନୁରୋଧରେ ସେ ଏକ ଚମତ୍କାର ପୁରୁଣା ତଥା ପପୁଲାର ଇଂଲିଶ ଗୀତ ଗାଇ ଶୁଣାଇଥିଲେ । ସନ୍ନି ବାବା ଗାଉଥିବା ଗୀତଟି ୧୯୫୯ରେ ଆମେରିକୀୟ ସିଙ୍ଗର ଜିମ୍ ରିଭ୍‌ସ୍ ଗାଇଥିଲେ । ଯାହା ମାତ୍ର ଗୋଟିଏ ବର୍ଷ ପରେ ଖୁବ ପପୁଲାର ହୋଇଥିଲା ।

ସୋସିଆଲ ମିିଡିଆରେ ଅନେକ ଭିକାରୀ ଇଂଲିଶ‌ରେ କଥାବାର୍ତ୍ତା ହେବାର ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା । ହେଲେ ବୋଧ ହୁଏ ଇଂଲିଶ‌ରେ ଏଭଳି ପ୍ରାଂଜଳ ଗୀତ ଗାଉଥିବା ଭିକାରୀଙ୍କୁ ଆପଣ ପୂର୍ବରୁ କେବେ ଦେଖିନଥିବେ ।

Leave A Reply

Your email address will not be published.