Latest Odisha News

BREAKING NEWS

୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଖେଳସୂଚୀ, ରାଉରକେଲାରେ ଖେଳାଯିବ ୨୦ଟି ମ୍ୟାଚ୍

ଭୁବନେଶ୍ୱର: ହକିରେ ମତୁଆଲା ହେବ ଓଡ଼ିଶା । ୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଲାଗି ଖେଳସୂଚୀ ପ୍ରକାଶ ପାଇଛି । ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା FIH ପୁରୁଷ ବିଶ୍ୱକପ୍ ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ ମ୍ୟାଚ୍ ସହ ଫାଇନାଲ୍, ସେମିଫାଇନାଲ, କ୍ୱାର୍ଟର ଫାଇନାଲ୍ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚରେ ୨୦୧୬ ଅଲମ୍ପିକର ସ୍ୱର୍ଣ୍ଣପଦକ ବିଜେତା ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ । ସେହିଭଳି ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଫ୍ରାନ୍ସ । ସେହିଦିନ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ୱାଲେ ମଧ୍ୟରେ ହେବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ଭାରତ ସ୍ପେନକୁ ଭେଟିବ ।

୪ଟି ପୁଲରେ ଥିବା ସମସ୍ତ ୧୬ଟି ଦଳ ଭୁବନେଶ୍ୱର ସହ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳିବେ । ୨୦୨୩ FIH ପୁରୁଷ ବିଶ୍ୱକପ୍ ହକିରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ । ଜାନୁଆରୀ ୨୯ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ପ୍ରଥମଥର ପାଇଁ ଚିଲେ ଓ ୱାଲେ FIH ପୁରୁଷ ବିଶ୍ୱକପ୍ ହକି ଖେଳିବା ପାଇଁ କ୍ୱାଲିଫାଏ କରିଛନ୍ତି ।

Leave A Reply

Your email address will not be published.