Latest Odisha News

BREAKING NEWS

ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟା, ମଞ୍ଚସ୍ଥ ହେଲା ‘ଆଦିକବି’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ସୀତେଶ ତ୍ରିପାଠୀଙ୍କ ରଚିତ ତଥା ଦର୍ପ ନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ନାଟକ ଆଦିକବି ମଞ୍ଚସ୍ଥ ହୋଇଯାଇଛି । ରଙ୍ଗମ୍‌ ନାଟ୍ୟସଂସ୍ଥାର କଳାକାରମାନଙ୍କ ଦ୍ୱାରା ଅଭିନୀତ ଏହି ନାଟକର ବିଭିନ୍ନ ଚରିତ୍ରରେ ବିଜୟ କୁମାର ରଥ, ପାର୍ଥସାରଥୀ ମହାନ୍ତି, ଯାନୀକାନ୍ତ ମିଶ୍ର, ଅପୂର୍ବ ରଞ୍ଜନ ସାହୁ, ବିଶ୍ୱ ମୋହନ ମହାପାତ୍ର, ସୀମାଞ୍ଚଳ ପାଢ଼ୀ, ମନୋଜ ମହାପାତ୍ର, ସହସ୍ରାକ୍ଷ ରଥ, ବିମଳ ପଟ୍ଟଯୋଷୀ, ରାଜକିଶୋର ଦାସ, ବାଦଲ ନାୟକ, ଅମୀୟ ସାହୁ, ସୁନିଲ କୁମାର ନାୟକ, ଯସ୍ମିନ୍‌ ପରିଡ଼ା ଓ ସତି ସାରେଗାମା ଅଭିନୟ କରିଥିବାବେଳେ ସଂଗୀତରେ ପ୍ରସନ୍ନ ମିଶ୍ର ଓ ପ୍ରତାପ ରାଉତ, ଆଲୋକରେ ବିକାଶ ପ୍ରଧାନ, ରୂପସଜ୍ଜାରେ ନରେନ୍ଦ୍ର ସେନାପତି, ପୋଷାକରେ କାର୍ତ୍ତିକ ଚନ୍ଦ୍ର ସାହୁ, ମଞ୍ଚସଜ୍ଜାରେ ତ୍ରିଲୋଚନ ସାହୁ, ମଞ୍ଚ ପରିଚାଳନାରେ ସୌଭାଗ୍ୟ ରଞ୍ଜନ ସାହୁ ଓ ସହ ନିର୍ଦ୍ଦେଶନାରେ ସନ୍ତୋଷ କୁମାର ବାରିକ ସହଯୋଗ କରିଥିଲେ । ଆଦିକବି ସାରଳା ଦାସଙ୍କ ମହାଭାରତ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ।

ଏହି ଅବସରରେ କାଦମ୍ବିନୀ ପତ୍ରିକା ସମ୍ପାଦିକା ଇତିରାଣୀ ସାମନ୍ତ, ସତ୍ୟଜିତ ରାୟ ଚଳଚ୍ଚିତ୍ର ଓ ଟେଲିଭିଜନ ସଂସ୍ଥା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ନାଟ୍ୟକାର ଧୀରେନ ମଲ୍ଲିକ, ଲାଲ ବୀରେନ ରାୟ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ପ୍ରବାଦ ପୁରୁଷ ଓ ସମାଜ ସଂସ୍କାରକମାନଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ନାଟକ ଗତ ତିନି ବର୍ଷ ଧରି ମଞ୍ଚସ୍ଥ କରାଯାଉଛି । ଏଭଳି ଉଦ୍ୟମ ଦ୍ୱାରା ଯୁବପିଢ଼ି ମହାପୁରୁଷଙ୍କ ସଂପର୍କରେ ଜାଣିବାର ସୁଯୋଗ ପାଇପାରିବେ । ଏକାଡେମୀର ଏହି ଉଦ୍ୟମକୁ ଉପସ୍ଥିତ ଦର୍ଶକ, ନାଟ୍ୟପ୍ରେମୀ ପ୍ରଶଂସା କରିଥିଲେ । ଗତ ପାଞ୍ଚ ଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏହି ନାଟକ ଉତ୍ସବ ଆୟୋଜିତ ହେଉଥିଲା ।

Leave A Reply

Your email address will not be published.