ଗୋଆ: ପୁଣିଥରେ ବିବାଦରେ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନିକଟରେ ଏହି ଅଭିନେତ୍ରୀ ଗୋଆରେ ସୁଟିଂ ସାରି ମୁମ୍ବାଇ ଫେରିଥିଲେ । ହେଲେ ଗୋଆରେ ସୁଟିଂ କରିବା ତାଙ୍କୁ ମହଙ୍ଗା ପଡିଛି । ଖାସ କରି ଅଶ୍ଳୀଳ ଭିଡିଓ । ଏ ନେଇ ପୁନମ୍ଙ୍କ ବିରୋଧରେ ଦୁଇଦୁଇଟି ଏତଲା ଦାୟର ହୋଇଛି ।
Goa: FIR filed against an unknown person at Canacona PS for shooting of vulgar video featuring actress Poonam Pandey. Offence registered under IPC. Also, women’s wing of Goa Forward Party filed a complaint against Pandey for shooting obscene video at Chapoli Dam
— ANI (@ANI) November 4, 2020
ଗୋଆର ଚାପୋଲି ଡ୍ୟାମ୍ରେ ନିଜର ଅଶ୍ଳୀଳ ଭିଡିଓ ସୁଟ୍ କରିବା ନେଇ ଗୋଆ ଫରୱାର୍ଡ ପାର୍ଟିର ମହିଳା ସଂଗଠନ ପୁନମଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ଅନ୍ୟପଟେ ଭିଡିଓ ସୁଟିଂ କରୁଥିବା ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଏତଲା ଦାୟର ହୋଇଛି । ଗୋଆର କାନାକୋନା ପୋଲିସ ଥାନାରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି ।
ଏଇ ନିକଟରେ ନିଜ ପ୍ରେମିକକୁ ବିବାହ କରିଥିଲେ ପୁନମ୍ । ହେଲେ ବିବାହର ମାତ୍ର କେଇଦିନ ପରେ ସେ ତାଙ୍କ ବିରୋଧରେ ଆଣିଥିଲେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା । ଅଭିଯୋଗକୁ ଭିତ୍ତି କରି ପୁନମଙ୍କ ସ୍ୱାମୀ ଗିରଫ ହେବା ପରେ ବେଲରୁ ମୁକୁଳିଥିଲେ ।
Comments are closed.