Latest Odisha News

BREAKING NEWS

କାହିଁକି ଅଭିନେତା ଆଲୋକ ନାଥଙ୍କ ବିରୋଧରେ ରୁଜୁ ହେଲା ଏଫ୍‌ଆଇଆର୍‌?

ମୁମ୍ବାଇ: ୪୫ ଜଣ ନିବେଶକଙ୍କୁ ୯ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅଭିନେତା ଆଲୋକ ନାଥ ଏବଂ ଶ୍ରେୟସ ତଲପଡେଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଗତ ଗୋମତି ନଗର ଥାନାରେ ରୁଜୁ ହୋଇଥିବା ଏଫଆଇଆରରେ ଏକ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଦସ୍ୟଙ୍କ ନାମ ମଧ୍ୟ ରହିଛି।

ବଲିଉଡ ଅଭିନେତା ଆଲୋକ ନାଥ, ଶ୍ରେୟାସ ତଲପଡ଼େ ଏବଂ ଏକ କ୍ରେଡିଟ କୋଅପରେଟିଭ ସୋସାଇଟିର ୫ ଜଣ ସଦସ୍ୟଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏହି ୭ ଜଣ ୪୫ ନିବେଶକଙ୍କର ୯.୧୨ କୋଟି ଟଙ୍କା ଠକିନେଇଥିବା ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି। ଆଉ ଏକ ସମାନ ବହୁସ୍ତରୀୟ ମାର୍କେଟିଂ ସ୍କାମ୍‌ରେ ଏମାନଙ୍କ ବିରୋଧରେ ହରିୟାଣାର ସୋନିପତରେ ବି ମାମଲା ରୁଜୁ ହୋଇଛି।

ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଆଲୋକ ନାଥ ଏବଂ ଶ୍ରେୟସ ତଲପଡେ ସମବାୟ ସୋସାଇଟିର ବ୍ରାଣ୍ଡ ଆମ୍ବାସାଡର ଥିଲେ ଏବଂ ପୀଡିତମାନେ ଏପରି ବ୍ୟକ୍ତିତ୍ୱ ଯୋଗୁଁ ନିବେଶ କରିବାକୁ ପ୍ରଲୋଭିତ ହୁଅନ୍ତି ବୋଲି ଅଭିଯୋଗ ହୋଇଛି। ସଂସ୍ଥା ଲୋକଙ୍କଠାରୁ ୬ ବର୍ଷ ଧରି ଟଙ୍କା ସଂଗ୍ରହ କରିବା ପରେ ଅଚାନକ ଉଭାନ ହୋଇଯାଇଥିଲା। ଲୋକେ ସେମାନଙ୍କ ଟଙ୍କା ମାଗିବାରୁ ନିର୍ଦ୍ଦେଶକମାନେ ଫେରାର ହୋଇଯାଇଥିଲେ। ଉଭୟ ଅଭିନେତା ସଂସ୍ଥାର ଉକ୍ତ ନିବେଶ ସ୍କିମ୍‌ ପାଇଁ ପ୍ରଚାର କରିଥିଲେ। ଏହାଛଡ଼ା ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଅଭିନେତା ସୋନୁ ସୁଦ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

Comments are closed.