Latest Odisha News

ଏଣିକି ଭିକ୍ଷ ମାଗିବା ଓ ଦେବା ହେବ ଅପରାଧ! ଜାରି ହେବାକୁ ଯାଉଛି ନିର୍ଦ୍ଦେଶ

ଭୋପାଳ: ଖୁବ୍ ଶୀଘ୍ର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭିକ୍ଷା ମାଗିବା ଏବଂ ଦାନ ଦେବା ଏକ ଅପରାଧ ଭାବରେ ବର୍ଗୀକୃତ ହେବ। ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏହାର ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି। ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯିବ। ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସହାୟତା ନେବ।

ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ କହିଛନ୍ତି ଯେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୧୬୩ ଅଧୀନରେ ଆଦେଶ ଜାରି କରିବାକୁ କୁହାଯାଇଛି। ବର୍ତ୍ତମାନ ନଗର ନିଗମକୁ ସହରର ଗୋଟିଏ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି। ଏହାକୁ ଭିକ୍ଷୁ ଗୃହରେ ପରିଣତ କରାଯିବ। ସ୍ଥାନ ଚିହ୍ନଟ ହେବା ମାତ୍ରେ ଆଦେଶ ଜାରି କରାଯିବ। ଏହି ଆଦେଶରେ ସମ୍ବନ୍ଧିତ ସ୍ଥାନକୁ ସୂଚିତ କରାଯିବ। ଆଦେଶ କାର୍ଯ୍ୟକାରୀ ହେବା ମାତ୍ରେ ଭୋପାଳରେ ଭିକ ମାଗିବା ଏବଂ ଦେବା ଉପରେ ଏଫଆଇଆର ପଞ୍ଜୀକୃତ ହୋଇପାରିବ ।

କଲେକ୍ଟର କୌଶଳେନ୍ଦ୍ର ବିକ୍ରମ ସିଂ କହିଛନ୍ତି, ପ୍ରଶାସନ ପାଖରେ ଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ରାଜଧାନୀରେ ପ୍ରାୟ ୨୫୦ ଭିକାରୀ ଅଛନ୍ତି । ଛକଗୁଡ଼ିକରେ ସ୍ଥାପିତ ସିସିଟିଭି କ୍ୟାମେରା ମାଧ୍ୟମରେ ଭିକାରୀଙ୍କୁ ଚିହ୍ନଟ କରାଯିବ । ଏହା ବ୍ୟତୀତ ଏସଡିଏମ୍ ଏବଂ ତହସିଲଦାରଙ୍କ ଦଳ ମଧ୍ୟ କ୍ଷେତ୍ରକୁ ଯାଇ ଯାଞ୍ଚ କରିବେ । ଭିକାରୀମାନଙ୍କୁ ଛକରୁ ହଟାଇ ନିଗମ ଦ୍ୱାରା ଚିହ୍ନିତ ଭିକ୍ଷୁ ଗୃହକୁ ଅଣାଯିବ । ସେଠାରେ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ।

 

Comments are closed.