Latest Odisha News

BREAKING NEWS

ନାଥୁରାମକୁ ପ୍ରଶଂସା, ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା; ସନ୍ଥ କାଳୀଚରଣ ବିରୋଧରେ ଥାନାରେ ମାମଲା

ଭୁବନେଶ୍ୱର: ମହାରାଷ୍ଟ୍ରର ସନ୍ଥ କାଳୀଚରଣ ମହାରାଜଙ୍କ ବିରୋଧରେ ଥାନାରେ ମାମଲା ଦାୟର । ଛତିଶଗଡ ରାୟପୁରଠାରେ ଚାଲିଥିବା ଧର୍ମ ସଂସଦର ଦ୍ୱିତୀୟ ଦିନରେ ସେ ଖୋଲାଖୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ ।

ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ ହିନ୍ଦୁ ରାଷ୍ଟ୍ର ଦାବି ନେଇ ଧର୍ମ ସଂସଦରେ ପ୍ରାୟ ୨୦ରୁ ଅଧିକ ଧାର୍ମିକ ଗୁରୁ ସାମିଲ ହୋଇଥିଲେ । ଏହି ଅବସରରେ ସନ୍ଥ କାଳୀଚରଣ ଭାରତର ବିଭାଜନକୁ ନେଇ ମହାତ୍ମା ଗାନ୍ଧୀଙ୍କୁ ଦାୟି କରିଥିଲେ । ଏପରିକି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବାରୁ ସେ ନାଥୁରାମ ଗଡ୍‌ସେକୁ ପ୍ରଶଂସା କରିବାକୁ ମଧ୍ୟ ପଛାଇନଥିଲେ ।

ଏହି ଘଟଣାକୁ ନେଇ ଛତିଶଗଡ ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ପ୍ରମୋଦ ଦୁବେ ଟିକ୍ରାପରା ଓ ସିଭିଲ୍ ଲାଇନ୍ ଥାନାରେ ଅଭିଯୋଗ କରିଛନ୍ତି । କଂଗ୍ରେସ ନେତା ଦୁବେଙ୍କ ଅଭିଯୋଗ ଅନୁଯାୟୀ ସନ୍ଥ କାଳୀଚରଣଙ୍କ ବିରୋଧରେ ଧାରା ୫୦୫(୨) ଓ ୨୯୪ ଆଧାରରେ ମାମଲା ଦାୟର ହୋଇଛି ।

Leave A Reply

Your email address will not be published.