Latest Odisha News

BREAKING NEWS

ଇମ୍ରାନଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ ସାରିଲେଣି ନୱାଜ !

ଲାହୋର: ପାକିସ୍ତାନ ରାଜନୀତିରେ ବଡ ଧରଣର ଅଦଳବଦଳ ହେବା ପାଇଁ ସ୍କ୍ରିପ୍ଟ ଲେଖା ସରିଲାଣି । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ସେନା ସହାୟତାରେ ଇମ୍ରାନ ଖାଁଙ୍କୁ ହଟାଇବା ପାଇଁ ଯୋଜନା କରି ସାରିଛନ୍ତି । ପାକିସ୍ତାନର ପ୍ରତିଷ୍ଠିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନୱାଜ ୨୦୨୨ ଜାନୁୟାରୀରେ ପାକିସ୍ତାନ ଫେରି କୋର୍ଟରେ ଆତ୍ମ ସମର୍ପଣ କରିବେ । ଏହା ପରେ ତାଙ୍କ ଅଭିଯୋଗ ନେଇ ନିୟମିତ ଶୁଣାଣୀ ଆରମ୍ଭ ହେବ । ସେନା ଏହି ଘଟଣାରେ ମୁଣ୍ଡ ପୂରାଇ ନୱାଜଙ୍କୁ ମୁକୁଳାଇବ ସହ ପ୍ରଧାନମନ୍ତ୍ରୀ କରିବ ।

ପୂର୍ବରୁ ବେନଜିର ଭୁଟ୍ଟୋଙ୍କୁ ଏହି ଭଳି ଭାବେ ପ୍ରଧାନମନ୍ତ୍ରୀ କରାଯିବ । ଅନ୍ୟ ପଟେ ସେନା ସହ ମତଭେଦ ଏବଂ ଆଇଏସଆଇ ମୁଖ୍ୟଙ୍କୁ ନେଇ ବିବାଦ ଇମ୍ରାନଙ୍କ ପାଇଁ ମୁଣ୍ଡ ବ୍ୟାଥାର କାରଣ ହେବ ।

Leave A Reply

Your email address will not be published.